ETV Bharat / state

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Aug 8, 2021, 7:26 AM IST

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ । ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ବରଗଡ: ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ପ୍ରାୟ 10 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବଦ କରିବା ସହ 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବିଜେପୁର ପୋଲିସ । ବେଆଇନ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ସମୟରେ ଖବରପାଇ ବିଜେପୁର ପୋଲିସ 193 କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ 3 ଜଣ ବ୍ୟାପାରୀଙ୍କୁ ଗିରଫ କରିଛି ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ସୂଚନାନୁଯାୟୀ ବ୍ୟାପକ ପରିମାଣରେ ଗଞ୍ଜେଇ ଆସୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ବିଜେପୁର ପୋଲିସ ଖବର ପାଇବା ପରେ ପୋଲିସ ଆକ୍ରମଣାତ୍ମକ ମୋଡରେ ରହିଥିଲା ଏବଂ ଚାରିଆଡେ ନାକାବନ୍ଦୀ କରାଯାଇଥିଲା । ଘଟଣାସ୍ଥଳରେ ୨ କାର ସାହାଯ୍ୟରେ 193 କିଲୋଗ୍ରାମ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିବା ବେଳେ ପୋଲିସର ଚଢାଉ କରି ଜବତ କରିଛି । ଏବଂ ଉଭୟ ଗାଡିରେ 4 ଜଣଙ୍କ ମଧ୍ୟରୁ 3 ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିବା ବେଳେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।

ତେବେ ସେମାନଙ୍କ ଠାରୁ 4ଟି ATM କାର୍ଡ ଏବଂ 2300 ଟଙ୍କା ଜବତ କରାଯାଇଥିବା ନେଇ ବରଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.