ETV Bharat / state

Padampur Bypoll: କାହିଁକି ନାମାଙ୍କନ ଭରିଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ - ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

କାହିଁକି ନାମାଙ୍କନ ପତ୍ର ଦାଖଲ ନକରି ଫେରି ଆସିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଜାଣନ୍ତୁ ଏହାର କାରଣ

Padampur Bypoll: କାହିଁକି ନାମାଙ୍କନ ପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ

author img

By

Published : Nov 15, 2022, 9:09 AM IST

Updated : Nov 15, 2022, 10:02 AM IST

ବରଗଡ: ପଦ୍ମପୁର ଉପନିର୍ବାଚନ(Padampur Bypoll) ପାଇଁ ସରିଛି ପ୍ରାର୍ଥୀ ଘୋଷଣା । ବିଜେଡି ଦିବଙ୍ଗତ ବିଧାୟକଙ୍କ ଝିଅଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ସତ୍ୟଭୂଷଣ ସାହୁ ଓ ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ସୋମବାର ବିଜେପି ପ୍ରାର୍ଥୀ ପୁରୋହିତ(BJP Candidate Pradip Purohit) ନାମାଙ୍କନ ପତ୍ର ଦାଖଲ ପାଇଁ ବିଶାଳ ରାଲିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ଉପସ୍ଥିତ ରହିଥିଲେ । ତେବେ ପ୍ରଦୀପ ପୁରୋହିତ ସେଠାରେ ନାମାଙ୍କନ ଦାଖଲ ନକରି ଫେରିବା ଆସିବା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Padampur Bypoll: କାହିଁକି ନାମାଙ୍କନ ପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ

ଏହାକୁ ନେଇ ବିଜେପି ପ୍ରାର୍ଥୀ କହିଛନ୍ତି, ''ଫସଲ ବୀମାକୁ ନେଇ ପଦ୍ମପୁର ଅଞ୍ଚଳର ଚାଷୀମାନେ ଦୀର୍ଘ ଦିନରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଉଛନ୍ତି । ଚାଷୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ସେମାନଙ୍କ ଅନୁରୋଧକ୍ରମେ ସେ ନାମାଙ୍କନ ଭରିନାହାନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହେବା, ମରୁଡି ଘୋଷଣା ନହେବା ଆଦି ପ୍ରସଙ୍ଗ ନେଇ ପଦ୍ମପୁର ଚାଷୀ ଏହି ଆନ୍ଦୋଳନ କରୁଛନ୍ତି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭାବେ ସେ ଏହି କୃଷକ ଆନ୍ଦୋଳନ ସହ ଜଡିତ ଅଛନ୍ତି ଏବଂ ଏହି ସମସ୍ୟା ନେଇ ପୁରୋହିତ ଦିଲ୍ଲୀ ମଧ୍ୟ ଯାଇଛନ୍ତି । ତେଣୁ ଗତକାଲି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପାଇଁ ପହଞ୍ଚିବା ପରେ ସେଠାରେ ଆନ୍ଦୋଳନରତ କୃଷକ ନାମାଙ୍କନ ଦାଖଲ ନକରିବାକୁ ତାଙ୍କୁ ଅନୁରୋଧ କରିଥିଲେ । ତେଣୁ ସେ ତାଙ୍କ ଅନୁରୋଧକ୍ରମେ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ ।'' ଏହାସହିତ ଅନ୍ୟକୌଣସି ଭଲ ଦିନରେ ନାମାଙ୍କନ ଭରିବେ ବୋଲି ପ୍ରଦୀପ ପୁରୋହିତ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Padmapur By-Poll: ବିଜେପି ବୋହୂ ବିଜେଡି ପ୍ରାର୍ଥୀନି, ବିଜେପିର ରିଟର୍ଣ୍ଣ ନୀତିକୁ ନେଇ ଚର୍ଚ୍ଚା

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur bypoll) ହେବ । ଏଥିପାଇଁ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୧୭ ତାରିଖରେ ନାମାଙ୍କନ ଦାଖଲ ଶେଷ ଦିନ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହାପରେ ଡିସେମ୍ବର ୫ରେ ମତଦାନ ହୋଇ ୮ ତାରିଖରେ ଭୋଟ ଗଣତି ହେବ । ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ (BJD MLA Bijaya Ranjan Bariha)ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ଅକ୍ଟୋବର ୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ରଞ୍ଜନଙ୍କ ଦେହାନ୍ତ ହୋଇଥିଲା । ବିଜୟ ପଦ୍ମପୁର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଇଟିଭି ଭାରତ, ବରଗଡ

Last Updated : Nov 15, 2022, 10:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.