ETV Bharat / state

ନବୀନଙ୍କ ପାଇଁ ହନୁମାନ ସାଜିଲେ ଖଗେଶ୍ବର - ଖଗେଶ୍ଵର

୩୩ ବର୍ଷର ଖଗେଶ୍ଵର ଦେହେରି ନାମକ ଯୁବକ ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ ପ୍ରଶଂସକ।  ଯୁବକ ଅବସ୍ଥାରେ ନିଜ ପ୍ରେମିକା ପାଇଁ ଅନେକ ପାଗଳ ସାଜୁଥିବାବେଳେ ୩୩ ବର୍ଷିୟ ଖଗେଶ୍ଵର ଦେହେରି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏମିତିକି ସେ ନିଜ ଘରଦ୍ବାରା ଓ ଚାକିରି ଛାଡିବା ସହ ନିଜ ବିବାହ ପାଇଁ ସଞ୍ଚିଥିବା ଟଙ୍କା ମଧ୍ୟ ନବୀନଙ୍କ ପଛରେ ଧାଇଁ ଧାଇଁ ଶେଷ କରିଥିବାର ପ୍ରକାଶ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Mar 26, 2019, 12:27 PM IST

ବରଗଡ: ଯୁବକ ଅବସ୍ଥାରେନିଜ ପ୍ରେମିକା ପାଇଁ ଅନେକ ପାଗଳ ସାଜୁଥିବାବେଳେ ୩୩ ବର୍ଷିୟଖଗେଶ୍ଵର ଦେହେରି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ସେ ତାଙ୍କ ପ୍ରେମିକା ପାଇଁ ନୁହେଁ ବରଂମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜ ଘରଦ୍ବାର ଛାଡି ଦେଇଥିବା ଖବର ବେଶ୍ ଆଚମ୍ବିତ କରିଛି । ଯେଉଁଠି ନବୀନ ପଟ୍ଟନାୟକ ସେଇଠି ଖଗେଶ୍ବର। ରାଜ୍ୟରେ ହେଉ ଅବା ରାଜ୍ୟ ବାହାରେ ନବୀନଙ୍କ କାର୍ଯ୍ୟକ୍ରମରେ ତାଙ୍କର ଟିକିଏ ଝଲକ ପାଇଁ ହାଜର ହୋଇଯାଇଥାନ୍ତି ଖଗେଶ୍ଵର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଖୁବ୍ ଆଶ୍ଚର୍ଯ୍ଯ ଲାଗିବ ଶୁଣିଲେ, ବାହା ହେବା ପାଇଁ ସଞ୍ଚୟ କରିଥିବା ଟଙ୍କା ନବୀନଙ୍କ ପଛରେ ଧାଇଁ ଧାଇଁ ଖର୍ଚ୍ଚ କରୁଛନ୍ତି |ପ୍ରଥମେ ସେ ଅତାବିରା ରେ ଗୋଟିଏ ଔଷଧ ଦୋକାନ ରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ । କିନ୍ତୁ ନବୀନଙ୍କ ଏତେ ବଡ ଫ୍ୟାନ ହୋଇଗଲେ ଯେ, ସେ ନିଜର କାମ ଧନ୍ଦା ଛାଡି ମୁଖ୍ୟମନ୍ତ୍ରୀଙ୍କ ପଛରେ ବୁଲୁଛନ୍ତି | ନବୀନଙ୍କ ନିଃସ୍ଵାର୍ଥପରଜନସେବା ପରି ତାଙ୍କପ୍ରେମ ମଧ୍ୟ ନିଃସ୍ଵାର୍ଥବୋଲି ଖଗେଶ୍ବର କୁହନ୍ତି ।

ତେବେ ସେ ନବୀନଙ୍କ ବହୁତ ବଡ ପ୍ରଶଂସକ ବୋଲି ସେ ପ୍ରମାଣ କରି ଦେଇଛନ୍ତି । କାରଣ ଗୋଟେ ଝଲକ ଦେଖିବା ପାଇଁ ନବୀନ ନିବାସ ଆଗରେ ଜଗି ରହିଥାନ୍ତି , ଦିନକୁ 2-3ଥର ଦେଖିଲେ ବହୁତ ଖୁସି ହୋଇ ଯାଇଥାନ୍ତି । ତାଙ୍କ ମତରେ ଗଣେଶଙ୍କ ଭକ୍ତ ଯେପରି ମୂଷା , ଭାଗବାନ ଶ୍ରୀ ରାମଙ୍କ ଭକ୍ତ ହନୁମାନ, ସେହିପରି ସେ ନିଜକୁ ନବୀନଙ୍କ ଗୋଟେ ବଡ ଭକ୍ତ ବୋଲି ମନେକରନ୍ତି।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.