ETV Bharat / state

ନବୀନଙ୍କ ନିଆରା ଫ୍ୟାନ ଖଗେଶ୍ଵର, ଅଭିନବ ଢଙ୍ଗରେ କରୁଛନ୍ତି କୋରୋନା ସଚେତନତା - khageshwar raising awareness for corona

କୋରୋନା ମହାମାରୀକୁ ନେଇ ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନତା କରାଉଛନ୍ତି ବରଗଡ ଜିଲ୍ଲା ଭେଡ଼େନ ବ୍ଲକର ଖଗେଶ୍ଵର ମେହେର । ମୁଣ୍ଡର ବାଳକୁ ଏପରି ଢଙ୍ଗରେ କତିଛନ୍ତି ଯେ ଷ୍ଟେ ହୋମ, ଷ୍ଟେ ସେଫ୍ ଆଦି ଲେଖା ବାରି ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାକୁ ନେଇ ସଚେତନତା କରାଉଛନ୍ତି ଖଗେଶ୍ଵର
କୋରୋନାକୁ ନେଇ ସଚେତନତା କରାଉଛନ୍ତି ଖଗେଶ୍ଵର
author img

By

Published : Apr 21, 2020, 7:10 AM IST

ବରଗଡ଼: କୋରୋନା ମହାମାରୀକୁ ନେଇ ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନତା କରାଉଛନ୍ତି ବରଗଡ ଜିଲ୍ଲା ଭେଡ଼େନ ବ୍ଲକର ଖଗେଶ୍ଵର ମେହେର । ମୁଣ୍ଡର ବାଳକୁ ଏପରି ଢଙ୍ଗରେ କତିଛନ୍ତି ଯେ ଷ୍ଟେ ହୋମ, ଷ୍ଟେ ସେଫ୍ ଆଦି ଲେଖା ବାରି ହେଉଛି । ହାତରେ ଜାତୀୟ ପତାକା ଧରି ଜିଲ୍ଲା ସାରା ବୁଲି ବୁଲି ଲୋକଙ୍କୁ ଖଗେଶ୍ଵର ଗୀତ ମାଧ୍ୟମରେ ସଚେତନ କରାଉଛନ୍ତି ।

କୋରୋନାକୁ ନେଇ ସଚେତନତା କରାଉଛନ୍ତି ଖଗେଶ୍ଵର

ଖଗେଶ୍ଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମସ୍ତ ଗସ୍ତରେ ନିଜେ ଉପସ୍ଥିତ ରହି ତାଙ୍କର ଏପରି ନିଆରା ଢଙ୍ଗରେ ପ୍ରଚାର ପ୍ରସାରକୁ ନେଇ ବେଶ ପରିଚିତ । ହେଲ ଆଜି କିନ୍ତୁ ଖଗେଶ୍ଵର ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କରୁଛନ୍ତି ସଚେତନ । କୋରୋନା ନାମକ ରାକ୍ଷସ ସଙ୍ଗେ ଲଢେଇ କରୁଥିବା ସମସ୍ତ ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀମାନଙ୍କୁ ହୃଦୟରୁ ସେଲୁଟ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖଗେଶ୍ଵର ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.