ETV Bharat / state

ବରଗଡ଼ରେ କଳସ ଶୋଭାଯାତ୍ରା, ଆରମ୍ଭ ହେଲା ବିଶାଳ ରୁଦ୍ରମହାଯଜ୍ଞ - Kalasa yatra in Baragarh

ବରଗଡ଼ରେ ଅନୁଷ୍ଠିତ ହୋଇଯାଇଛି କଳସ ଯାତ୍ରା । ଏଥିଲାଗି ଉତ୍ସବମୁଖର ସାରା ଜିଲ୍ଲା । କଳସ ଶୋଭାଯାତ୍ରା ସହିତ ଆରମ୍ଭ ହୋଇ ଯାଇଛି ବିଶାଳ ରୁଦ୍ରମହାଯଜ୍ଞ ଏବଂ ବିଶ୍ବାସ ଚେତନା ମହାସମ୍ମିଳନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବରଗଡ଼ରେ କଳସ ଶୋଭାଯାତ୍ରା
ବରଗଡ଼ରେ କଳସ ଶୋଭାଯାତ୍ରା
author img

By

Published : Feb 20, 2020, 11:25 PM IST

ବରଗଡ଼: ଜିଲ୍ଲାରେ କଳସ ଶୋଭାଯାତ୍ରା ସହିତ ଆରମ୍ଭ ହୋଇ ଯାଇଛି ବିଶାଳ ରୁଦ୍ରମହାଯଜ୍ଞ ଏବଂ ବିଶ୍ବାସ ଚେତନା ମହାସମ୍ମିଳନ । ବିଭିନ୍ନ ସାଧୁ ସନ୍ଥ ଓ ନାଗା ବାବା ମାନଙ୍କ ସମାବେଶରେ ଆଜିର କଳସ ଯାତ୍ରା ସକାଳ ୯ ଟାରୁ ଆରମ୍ଭ ହୋଇଥିଲା ।

ବରଗଡ଼ରେ କଳସ ଶୋଭାଯାତ୍ରା

ସ୍ଥାନୀୟ ପୁରୁଣା ଜିରାନଦୀ ପୋଲ ନିକଟରୁ କଳସରେ ପାଣି ଭର୍ତ୍ତି କରି ସହର ପରିକ୍ରମା କରିବା ପରେ ଆନନ୍ଦକାନନ ଆଶ୍ରମ ଠାରେ ପହଞ୍ଚିଥିଲେ । ଶହ ଶହ ସାଧୁ ସନ୍ଥଙ୍କ ଉପସ୍ଥିତିରେ ବିଶ୍ବାତ୍ମ ଚେତନା ମହାସମ୍ମିଳନର ଶୁଭ ଉଦଘାଟନ କରାଯାଇଥିଲା । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ରୁଦ୍ରମହାଯଜ୍ଞରେ ବହୁ ସାଧୁ ସନ୍ଥ ଓ ନାଗା ବାବା ମାନଙ୍କର ହେବ ମହାମିଳନ ।

ଆଜି କଳସ ଶୋଭାଯାତ୍ରାରେ ୩୦୦୦ ରୁ ଅଧିକ ଲୋକଙ୍କ ସମାବେଶ ରହିଥିବା ବେଳେ ଆସନ୍ତାକାଲି ମହାଶିବରାତ୍ରି ପାଇଁ ଏକାଦଶ ରୁଦ୍ରାଭିଷେକ ଓ ରୁଦ୍ରମହାଯଜ୍ଞର କାର୍ଯ୍ୟକ୍ରମରେ ପ୍ରବଳ ଭକ୍ତଙ୍କ ଭିଡ ହେବାର ସମ୍ଭାବନା ରହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.