ETV Bharat / state

ବିଳମ୍ବିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ବରଗଡରେ ଅସନ୍ତୋଷ

author img

By

Published : Oct 23, 2022, 10:37 PM IST

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜୟ କିଷାନ ଆନ୍ଦୋଳନର ପ୍ରେସ ମିଟ

ବରଗଡ: ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନକ୍ରୟ ତାରିଖକୁ ନେଇ ଚାଷୀ ମହଲରେ ଅସନ୍ତୋଷ । ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଖରିଫ ଧାନକ୍ରୟ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନା ପରେ ଆସନ୍ତା ଡିସେମ୍ବର 1 ତାରିଖରୁ ଜିଲ୍ଲାରେ ଧାନକ୍ରୟ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ସିମେଣ୍ଟ କାରଖାନା ନିର୍ମାଣକୁ ବିରୋଧ: ୫ ଜଣଙ୍କୁ ଉଠାଇନେଲା ପୋଲିସ, ଥାନା ଘେରିଲେ ଗ୍ରାମବାସୀ

ତେବେ ବିଳମ୍ବରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । ସ୍ଥାନୀୟ ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଚଳିତ ବର୍ଷ ଖରିଫ ଧାନ ଫସଲର ସଂଗ୍ରହ ପ୍ରକ୍ରିୟା ବରଗଡ ଜିଲ୍ଲାରେ ଏକ ମାସ ବିଳମ୍ବରେ ଅର୍ଥାତ୍ ଆସନ୍ତା ଡିସେମ୍ବର 1ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟିହୀନ ତଥା ଅଭିସନ୍ଧିମୂଳକ ବୋଲି ବରଗଡ ଜିଲ୍ଲା ଜୟକିଷାନ ଆନ୍ଦୋଳନ ତରଫରୁ ଅଭିଯୋଗ କରାଯାଇଛି ।

ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦିଅନ୍ତୁ ବୋଲି ଜୟ କିଶାନ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଲିଙ୍ଗରାଜ କହିଛନ୍ତି । କାର୍ଯ୍ୟକ୍ରମରେ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ ସାହୁ, ସମ୍ପାଦକ ହର ବଣିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.