ETV Bharat / state

ପରିକ୍ରମା ପ୍ରକଳ୍ପ ପାଇଁ ନୃସିଂହନାଥ ଏବଂ ଦଧିବାମନ ମନ୍ଦିରରେ ନିମନ୍ତ୍ରଣ

Parikrama Project: ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ସେବାୟତ ଟିମ୍ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ସ୍ଥିତ ଦଧିବାବନ ମନ୍ଦିରରେ ନିମନ୍ତ୍ରଣ କରିଛନ୍ତି । ଏହାସହ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ପ୍ରଭୁ ନୃସିଂହନାଥଙ୍କୁ ମଧ୍ୟ ହୋଇଛି ନିମନ୍ତ୍ରଣ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 29, 2023, 10:13 PM IST

ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ
ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ
ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ

ବରଗଡ଼: ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ସ୍ଥିତ ଦଧିବାବନ ମନ୍ଦିରକୁ ଗଲା ନିମନ୍ତ୍ରଣ । ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ସେବାୟତ ଟିମ୍ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ 17 ଓ 18 ତାରିଖରେ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ । ତେଣୁ ସେବାୟତଙ୍କର3 ଜଣିଆ ଟିମ୍ ବଲାଙ୍ଗୀ , ନୂଆପଡା ଓ ବରଗଡ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ପ୍ରଦାନ କରିଛନ୍ତି । ତେବେ ପୁରୀ ଧାମରୁ ଆସିଥିବା ଏହି ୩ ଜଣିଆ ସେବାୟତ୍ତ ଦଳ ବଲାଙ୍ଗୀର ଓ ନୂଆପଡ଼ାରେ ନିମନ୍ତ୍ରଣ କରିସାରିବା ପରେ ଗତକାଲି(ଗୁରୁବାର) ସନ୍ଧ୍ୟାରେ ବରଗଡ ଜିଲ୍ଲା ଗସ୍ତ କରିଥିଲେ ।

ପ୍ରଭୁ ଶ୍ରୀ ନୃସିଂହନାଥଙ୍କ ମନ୍ଦିରରେ ସେବାୟତମାନଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହାଙ୍କ ନେତୃତ୍ବରେ ମନ୍ଦିର କମିଟି ଓ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା । ଦୁଇଟି କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ମାଧ୍ଯମରେ ସେବାୟତ ମାନଙ୍କୁ ମନ୍ଦିର ମଧ୍ଯକୁ ପାଛୋଟି ନେଇଥିଲେ । ମନ୍ଦିରରେ ସେବାୟତମାନେ ପ୍ରଭୁ ନୃସିଂହନାଥଙ୍କ ଆଳତୀ ଦର୍ଶନ କରିବା ସହ ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ନିମନ୍ତ୍ରଣ ପତ୍ର ପ୍ରଦାନ ପରେ ସମସ୍ତ ସେବାୟତ ବରଗଡରେ ରାତ୍ରି ଯାପନ କରିଥିଲେ । ଆଜି ସକାଳ 10 ଟା ସମୟରେ ଭଟଲି ଛକଠାରେ ସମସ୍ତ ସେବାୟତଙ୍କୁ ବ୍ୟାପକ ସ୍ଵାଗତ ସମ୍ବର୍ଦ୍ଧନା କରଯାଇଥିଲା ଏବଂ ଦ୍ଵିତୀୟ ଶ୍ରୀକ୍ଷେତ୍ର ପ୍ରଭୁ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ କରିଥିଲେ ସେବାୟତ ।

ଏହା ମଧ୍ୟ ପଢନ୍ତୁ...ମାଲକାନଗିରିରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମା ମଝିଘରିଆଣୀଙ୍କୁ ନିମନ୍ତ୍ରଣ

ଭଟଲିରେ ସେବାୟତମାନଙ୍କୁ ଉପ-ଜିଲ୍ଲାପାଳ କୁମାର ନାଗଭୂଷଣ, ଏଡିଏମ୍ ଲଲାଟ କୁମାର ଲୁହାଙ୍କ ସମେତ ମନ୍ଦିର ପରିଚାଳନା କମିଟି ଓ ଭଟଲି ଗ୍ରାମବାସୀମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ଦିଆଯାଇଥିଲା । ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ,ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସହିତ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଶ୍ରୀମନ୍ଦିରକୁ ପାଛୋଟି ନିଆଯାଇଥିଲା । ମନ୍ଦିରରେ ସେବାୟତମାନେ ପ୍ରଭୁ ଦଧିବାମନଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ଆଉ ତା'ପରେ ସେମାନେ ପ୍ରଭୁ ଦଧିବାମନଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନୀ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.