ETV Bharat / state

ମହିଳାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି ସଂକଳ୍ପ ପରିବାର - ମହିଳାଙ୍କୁ ସୁରକ୍ଷା ପାଇଁ ସଂକଳ୍ପ ପରିବାର

ବରଗଡ଼ ଜିଲ୍ଲାରେ ମହିଳାଙ୍କୁ ସୁରକ୍ଷା ଦେବାରେ ଆଗେଇ ଆସିଛି ସଂକଳ୍ପ ପରିବାର । ଅଧିକ ପଢ଼ନ୍ତୁ

international womens day celebrated in bargarh
ମହିଳାଙ୍କୁ ସୁରକ୍ଷା ଦେବାରେ ଆଗେଇ ଆସିଛି ସଂକଳ୍ପ ପରିବାର
author img

By

Published : Mar 9, 2022, 10:03 AM IST

ବରଗଡ଼: ସାରା ଦେଶ ପାଳିଛି ଅନ୍ତର୍ଜାତୀୟ ମହିଳା ଦିବସ । ଆଜିର ବିଂଶ ଶତାବ୍ଦୀରେ ମହିଳା ଦୁର୍ବଳା କିମ୍ବା ଅବଳା ନୁହେଁ, ମହିଳାର ସମ୍ମାନ ଦେଶର ସମ୍ମାନ ଭଳି ଅନେକ ଭାଷଣ ଶୁଣିବାକୁ ମିଳିଛି । ମହିଳାଙ୍କୁ ସମ୍ମାନ କଥା ଉଠୁଥିବା ହେଳେ ବରଗଡ ଜିଲ୍ଲାରେ ନାରୀର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

ମହିଳାଙ୍କୁ ସୁରକ୍ଷା ଦେବାରେ ଆଗେଇ ଆସିଛି ସଂକଳ୍ପ ପରିବାର

ଜିଲ୍ଲାରେ ଗୋଟେ ପଟେ ମହିଳା ଦିବସ ପାଳନ କରାଯାଉଥିବାବେଳେ ଅନ୍ୟପଟେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଚିକିତ୍ସିତ ହେଉଛନ୍ତି ଦୁଷ୍କର୍ମ ଜନିତ ଗର୍ଭବତୀ ହୋଇଥିବା ଜଣେ ମାନସିକ ଦିବ୍ୟାଙ୍ଗ ମହିଳା | ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗର୍ଭବତୀ ହୋଇ ବୁଲୁଥିବା ଖବର ପାଇ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର ମହିଳାଙ୍କୁ ଉଦ୍ଧାର କରିଛି । ତାଙ୍କୁ ମହିଳାଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲୁଛି ।

ଅସହାୟ ମହିଳା ଜଣକର ଏଯାଏ କୌଣସି ପରିଚୟ ମିଳିପାରି ନାହିଁ । ଏହି ମହିଳାଙ୍କୁ ସୁରକ୍ଷା ଦେଇ ଯତ୍ନ ନେବା ପାଇଁ ସଂକଳ୍ପ ପରିବାର ଦାୟିତ୍ଵ ନେଇଛି । ତେବେ ମହିଳା ଦିବସରେ ସଂକଳ୍ପ ପରିବାରର ଏପରି ମହାନ କାର୍ଯ୍ୟକୁ ବରଗଡ଼ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.