ETV Bharat / state

ଧନୁଯାତ୍ରା ପାଇଁ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପିତ - ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁର ପାଲଟୁଥିବା ଅମ୍ବାପାଲିରେ ସ୍ଥାପିତ ହୋଇଛି ଶୁଭସ୍ତମ୍ଭ । ଅଧିକ ପଢ଼ନ୍ତୁ...

installation of shubh stambh, subha stambh in ambapali, bargarh dhanuyatra,  ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପିତ, ବରଗଡ଼ ଧନୁଯାତ୍ରା, ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଅମ୍ବାପାଲିରେ ଶୁଭସ୍ତମ୍ଭ
ଧନୁଯାତ୍ରା ପାଇଁ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପିତ
author img

By

Published : Dec 9, 2019, 9:57 PM IST

ବରଗଡ଼: ଡିସେମ୍ବର 31 ତାରିଖରୁ ଜାନୁଆରୀ 10 ତାରିଖ ପର୍ଯ୍ୟନ୍ତ ବରଗଡ଼ର 71ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ତେବେ ସୋମବାର ଗୋପପୁରରେ ଶୁଭସ୍ଥମ୍ଭ ସ୍ଥାପିତ ହୋଇଯାଇଛି । କିଛି ଦିନ ପୂର୍ବରୁ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି ।

ଧନୁଯାତ୍ରା ପାଇଁ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପିତ

ସମଲେଶ୍ଵରୀ ମନ୍ଦିର ଠାରେ ପରମ୍ପରା ଅନୁଯାୟୀ ପୂଜାପାଠ କରିବା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହିତ ସ୍ଥାନୀୟ ଜୀରା ନଦୀ କୂଳରେ ରହିଥିବା କଦମ୍ବ ବନ ନିକଟକୁ ନିଆଯାଇଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚନା କରାଯାଇଥିଲା ଏବଂ ଶୁଭଧ୍ଵଜା ଲଗାଯାଇଥିଲା । ବରଗଡ଼ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସନା ପୂଜାର କର୍ତ୍ତା ହୋଇଥିବା ବେଳେ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ଏହି ଶୁଭସ୍ତମ୍ଭ ସ୍ଥାପନ ସମୟରେ ଉପସ୍ଥିତ ଥିଲେ ।

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାରେ ଅମ୍ବାପାଲି ଗୋପପୁର ପାଳଟି ଯାଇଥାଏ ଏବଂ ଏଠାକାର ବାସିନ୍ଦା ସେହି ଦ୍ଵାପର ଯୁଗର ମଣିଷ ପରି ନିଜକୁ ମନେ କରିଥାନ୍ତି । ତେବେ ଆଉ କିଛି ଦିନ ପରେ ସମ୍ପୂର୍ଣ୍ଣ ଗୋପପୁର ପରି ସଜେଇ ହୋଇଯିବ ଅମ୍ବାପାଲି ଏବଂ ଏଠାକାର ଗୋପୀ ଗୋପାଙ୍ଗ ମାନଙ୍କୁ ଦେଖିବାକୁ ଦୂରଦୂରାନ୍ତରୁ ଛୁଟି ଆସିବ ଲୋକଙ୍କ ସୁଅ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ଡିସେମ୍ବର 31 ତାରିଖରୁ ଜାନୁୟାରୀ 10 ତାରିଖ ପର୍ଯ୍ୟନ୍ତ ବରଗଡର 71 ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ହେବାକୁଥିବା ବେଳେ ଆଜି ଗୋପପୁରରେ ଶୁଭସ୍ଥମ୍ଭ ସ୍ଥାପିତ ହୋଇଯାଇଛି | କିଛି ଦିନ ପୂର୍ବରୁ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଶୁଭ ସ୍ତମ୍ଭ ସ୍ଥାପିତ କରାଯାଇଛି |
Body:ସମଲେଶ୍ଵରୀ ମନ୍ଦିର ଠାରେ ପରମ୍ପରା ଅନୁଯାୟୀ ପୂଜାପାଠ କରିବା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହିତ ସ୍ଥାନୀୟ ଜୀରା ନଦୀ କୂଳରେ ରହିଥିବା କଦମ୍ବ ବନ ନିକଟକୁ ପହଞ୍ଚିଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚନା କରାଯାଇଥିଲା ଏବଂ ଶୁଭଧ୍ଵଜା ଲଗାଯାଇଥିଲା । ବରଗଡ଼ ଉପଜିଲ୍ଲାପାଳ ପ୍ରଭାସ ଡଣ୍ଡସନା ପୂଜାର କର୍ତ୍ତା ହୋଇଥିବା ବେଳେ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ଏହି ଶୁଭସ୍ତମ୍ଭ ସ୍ଥାପନ ସମୟରେ ଉପସ୍ଥିତ ଥିଲେ |
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାରେ ଅମ୍ବାପାଲି ଗୋପପୁର ପାଳଟିଯାଇଥାଏ ଏବଂ ଏଠାକାର ବାସିନ୍ଦା ସେହି ଦ୍ଵାପର ଯୁଗର ମଣିଷ ପରି ନିଜକୁ ମାନେ କରିଥାନ୍ତି |ତେବେ ଆଉ କିଛି ଦିନ ପରେ ସମ୍ପୂର୍ଣ ଗୋପପୁରରେ ସଜାଡି ହୋଇଯିବ ଅମ୍ବାପାଳି ଏବଂ ଏଠାକାର ଗୋପୀ ଗୋପାଙ୍ଗ ମାନଙ୍କୁ ଦେଖିବାକୁ ଲୋକଙ୍କ ସୁଅ ଛୁଟିବ ଦୂରଦୂରାନ୍ତରୁ |
ବାଇଟ 1- ସୁରେଶ୍ଵର ଶତପଥୀ ( ମଥୁରା କମିଟି )
ବାଇଟ 2- ପ୍ରଭାସ ଡଣ୍ଡସନା ( ଗୋପପୁରା କମିଟି ଆବାହକ )
ବାଇଟ 3- ସନ୍ଧ୍ୟା ଆଚାର୍ଯ୍ୟ ( କଳାକାର )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.