ETV Bharat / state

ଏପ୍ରିଲ18ରେ ମତଦାନ ଦେବେ ବରଗଡବାସୀ

ଏପ୍ରିଲ 18ରେ ବରଗଡ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ବରଗଡର  5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଏହା ପରେ ମାର୍ଚ୍ଚ 27ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ରହିଛି ଏବଂ ମାର୍ଚ୍ଚ 30ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ବୋଲି ଘୋଷଣା କରାଯାଇଛି ।

author img

By

Published : Mar 12, 2019, 4:43 PM IST

ଫଟୋ ସୌଜନ୍ୟ:ବରଗଡ, ସମ୍ବାଦଦାତା

ବରଗଡ: 2019 ସାଧାରଣ ନିର୍ବାଚନ ପାଇଁ ରବିବାର ନିର୍ବାଚନ କମିଶନଙ୍କ ଦ୍ଵାରା ତାରିଖ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି | ଓଡିଶାରେ 4ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ 18ରେ ବରଗଡ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।
ଆଦର୍ଶ ଆଚରଣ ବିଧି ଲାଗୁ ପରେ ରବିବାର ସନ୍ଧ୍ୟାରୁ ସହରରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳର ହୋର୍ଡିଂକୁ ହଟାଯାଇଛି । ତେବେ ଏହି ହୋର୍ଡିଂ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଅନ୍ୟପଟେ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁଯାୟୀ କଡା ନିରାପତ୍ତା ବ୍ୟବସ୍ଥାର ମଧ୍ୟ ଆୟୋଜନ ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ:ବରଗଡ, ସମ୍ବାଦଦାତା

ଗତ ସୋମବାର ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନିର୍ବାଚନ ଆଚରଣ ବିଧିର ନିୟମ ଓ କାର୍ଯ୍ୟକାରିତା ଉପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା ।

ସୂଚନାନୁଯାୟୀ, ବରଗଡର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଏହା ପରେ ମାର୍ଚ୍ଚ 27ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ରହିଛି ଏବଂ ମାର୍ଚ୍ଚ 30ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ବୋଲି ଘୋଷଣା କରାଯାଇଛି । ତେବେ ଏପ୍ରିଲ 18ରେ ଭୋଟ ଗ୍ରହଣ, ମେ 23ରେ ଭୋଟ ଗଣତି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

ହୋଟେଲରେ ଖାଇଲେ, ମାଲିକଙ୍କ ଗାଡ଼ି ଚୋରି କଲେ 

ହୋଟେଲର ଖାଇଲେ , ଗଲା ବେଳକୁ ମାଲିକଙ୍କ ଗାଡ଼ି ନେଇ ପଳାଇଲେ। ଭିଏସ ଏସ ନଗର ପୋଷ୍ଟାଲ୍ କଲୋନୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଃହୋଟଲେ ସାରଳା ସମ୍ମୁଖରୁ ସଂପୃକ୍ତ ହୋଟେଲ୍ ମାଲିକ ଗଣେଶ ମୁଦୁଲିଙ୍କ ହୋଣ୍ଡା ଅକ୍ଟିଭା ( ଓଡି ୦୨ ଏଡି - ୦୮୧୦) ଚୋରି ହୋଇଛି। ସିସିଟିଭି କ୍ୟାମେରା ଫୁଟେଜ ରେ ଏହି ଦୃଶ୍ୟ କାଏ ଦ ହୋଇଛି। ଃ

ସୂଚନା ଅନୁଯାୟୀ, ହୋଟେଲ୍ କୁ ଗ୍ରାହକ ହୋଇ ଆସିଥିବା ୩ଜଣ ଯୁବକ ମଧ୍ୟରୁ ଜଣେ ଗାଡ଼ି ଟିକୁ ନେଇ ଚଂପଟ୍ ମାରିଥିବା ଦେଖା ଯାଇଛି।  ଏ ନେଇ ମାଞ୍ଚେଶ୍ୱର୍ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ଼ କରିଛି।ହେଲେ ଚୋର ମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଦିନ ବେଳେ ଏପରି ଚୋରି ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ମନରେ ଭୟ ସୃଷ୍ଟି ହେଉଛି। 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.