ETV Bharat / state

ବରଗଡରେ ଚାଲିଛି ବେଆଇନ ନିଶା କାରବାର, ନୀରବ ପୋଲିସ

author img

By

Published : Jan 5, 2021, 10:08 AM IST

ବରଗଡରେ ବ୍ୟାପକ ନିଶା କାରବାରର ପସରା ମେଲିଛି। ଏଥିରେ ଫେଲ ମାରିଛି ବରଗଡ ପୋଲିସ ବିଭାଗ। ଢାବା ମାନଙ୍କ ସହାୟତାରେ ଟାଉନ ଭିତରକୁ ପ୍ରବେଶ କରୁଛି ବ୍ୟାପକ ନିଶା ଦ୍ରବ୍ୟ । ଅଧିକ ପଢନ୍ତୁ...

ବରଗଡରେ ଚାଲିଛି ବେଆଇନ ନିଶା କାରବାର, ନୀରବ ପୋଲିସ
ବରଗଡରେ ଚାଲିଛି ବେଆଇନ ନିଶା କାରବାର, ନୀରବ ପୋଲିସ

ବରଗଡ: ସହରରେ ବ୍ୟାପକ ନିଶା କାରବାର ଚାଲିଥିବା ବେଳେ ନିଶା ବେପାରୀଙ୍କୁ କାବୁ କରିବାରେ ଫେଲ ମାରିଛି ବରଗଡ ପୋଲିସ ବିଭାଗ । ଜିଲ୍ଲାର ସୋହେଲା ରାସ୍ତାରେ ରହିଥିବା ଢାବା ଗୁଡିକରେ ବ୍ୟାପକ ବେଆଇନ କାମ ଚାଲୁଥିବା ବେଳେ ପୋଲିସ ମାସିକିଆ କୋଟା ନେଇ ଚୁପ ବସୁଛି। ଏବଂ ଏହି ଢାବା ମାନଙ୍କ ସହାୟତାରେ ଟାଉନ ଭିତରକୁ ପ୍ରବେଶ କରୁଛି ବ୍ୟାପକ ନିଶା ଦ୍ରବ୍ୟ ।

ଢାବା ଆଳରେ ପ୍ରତିଦିନ ଶହ ଶହ ଟ୍ରକରୁ ଲୁହାପଥର , ଶିଷା ଓ ସ୍କ୍ରାବ ବେଆଇନ ଭାବରେ ଅନଲୋଡ କରାଯାଉଛି । ସମସ୍ତ ଢାବା ମାନଙ୍କରେ ରହିଥିବା ଗୁପ୍ତ କୋଠରୀରେ ବେଆଇନ ସାମଗ୍ରୀ ଠୁଳ କରାଯାଇଥାଏ। ଗୋଟେ ଟ୍ରିପ ହେଲେ ଟ୍ରକ ସାହାଯ୍ୟରେ ରାୟପୁରକୁ ସ୍କ୍ରାବ ପଠାଯାଇଥାଏ। ପରେ ରାୟପୁରରୁ ଓଡ଼ିଶାକୁ ସେହି ଟ୍ରକରେ କୋରେକ୍ସ ପରି ନିଶା ଦ୍ରବ୍ୟ ଆମଦାନୀ କରାଯାଇଥାଏ |

ପ୍ରତିଦିନ ଏପରି ବେଆଇନ କାମ ଢାବା ମାନଙ୍କରେ ଚାଲୁଥିବା ବେଳେ ବରଗଡ ଜିଲ୍ଲା ପୋଲିସ ଜାଣିଶୁଣି ଚୁପ ବସୁଛି ଏବଂ ନିଶା କାରବାର ବୃଦ୍ଧି କରାଇବାରେ ସହାୟତା କରୁଛି ଖୋଦ ପୋଲିସ | ଅନ୍ୟପଟେ ଖୁଚୁରା ବ୍ୟବସାୟୀଙ୍କୁ ଧର ପଗଡ କରି ନିଜକୁ ସଚ୍ଚୋଟ ପ୍ରମାଣିତ କରିବାରେ ବ୍ୟସ୍ତ ରହୁଛି ପୋଲିସ ଯାହା ବରଗଡବାସୀଙ୍କୁ ଭଲଭାବରେ ଜଣା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.