ETV Bharat / state

ବୋହୂର ବିଜୟରେ ଖୁସି, ହେଲେ କିଛି ବରିଷ୍ଠ ନେତାଙ୍କ ମନ୍ତବ୍ୟରେ ମର୍ମାହତ: ରମା ରଞ୍ଜନ

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 42 ହଜାରରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି ବର୍ଷା। ବୋହୂର ବିଜୟକୁ ନେଇ ଖୁସି ଜାହିର କରିବା ସହ ପ୍ରଚାର ବେଳେ ବୋହୂ ପ୍ରତି ହୋଇଥିବା ବ୍ୟକ୍ତିଗତ ଆକ୍ଷେପକୁ ନେଇ ଦୁଃଖତ ପ୍ରକାଶ କରିଛନ୍ତି ରମା ରଞ୍ଜନ ବଳିୟାରସିଂହ । ଅଧିକ ପଢ଼ନ୍ତୁ

author img

By

Published : Dec 8, 2022, 5:57 PM IST

I am saddened by personal attack on my daughter in law said BJP leader Rama Ranjan Baliarsingh
ମୋ ବୋହୂ ପ୍ରତି ବ୍ୟକ୍ତିଗତ ଆକ୍ଷେପ ଆଦୌ ଭଲ ଲାଗିଲା ନାହିଁ: ରମା ରଞ୍ଜନ ବଳିୟାରସିଂହ

ଭୁବନେଶ୍ବର: ପଦ୍ମପୁର ଆସନରେ ବିପୁଳ ବିଜୟ ହାସଲ କରିଛି ବିଜେଡି। ନିକଟତର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 42 ହଜାରରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି ବର୍ଷା । ତେବେ ଏହାକୁ ନେଇ ନିର୍ବାଚନ ଆୟୋଗ ଘୋଷଣା କରି ନାହାଁନ୍ତି। କେବଳ ଓପଚାରିକ ଘୋଷଣା ବାକି ରହିଛି। ସେପଟେ ପଦ୍ମପୁର ଫଳାଫଳକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବର୍ଷା ସିଂହଙ୍କ ଶ୍ବଶୁର ରମା ରଞ୍ଜନ ବଳିୟାରସିଂହ । ବୋହୂର ବିଜୟକୁ ନେଇ ଖୁସି ଜାହିର କରିବା ସହ ପ୍ରଚାର ବେଳେ ବୋହୂ ପ୍ରତି ହୋଇଥିବା ବ୍ୟକ୍ତିଗତ ଆକ୍ଷେପକୁ ନେଇ ଦୁଃଖତ ପ୍ରକାଶ କରିଛନ୍ତି।

ରମାରଞ୍ଜନ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୋ ବୋହୂଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ ମୋତେ ଆଦୌ ଭଲ ଲାଗିଲା ନାହିଁ । ଏହା ମୋ ପରିବାରକୁ କଷ୍ଟ ଦେଇଛି । ମୋ ବୋହୂ ବର୍ଷା ଏବଂ ମୋତେ ନେଇ ବହୁ ଚର୍ଚ୍ଚା ହୋଇଥିଲା । ମୁଁ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ । କିନ୍ତୁ କିଛି ବରିଷ୍ଠ ନେତା ମୋ ବୋହୂକୁ ଯେଉଁଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି ତାହାକୁ ମୁଁ ସହଜରେ ଗ୍ରହଣ କରି ପାରୁନି । ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିଗତ ଭାବେ ଆକ୍ଷେପ ସମ୍ପୂର୍ଣ୍ଣ ନିନ୍ଦନୀୟ । ନିର୍ବାଚନ ପଦ୍ମପୁରରେ କିନ୍ତୁ ଚର୍ଚ୍ଚା ସତ୍ୟବାଦୀକୁ ନେଇ । ସେ ବର୍ଷା ସିଂ ବରିହା ନୁହଁନ୍ତି ବରଂ ବର୍ଷା ସିଂ ବଳିୟାରସିଂହ । ଯେଉଁଭଳି ଭାବେ ନେତାଏ କଟାକ୍ଷ କଲେ ତାହା ମୋତେ କଷ୍ଟ ଦେଇଛି । ସେଥିପାଇଁ ମୁଁ ମର୍ମାହତ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.