ETV Bharat / state

Padmapur ByPoll: ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିରୋଧି କର୍ମୀ

author img

By

Published : Nov 12, 2022, 10:40 AM IST

Updated : Nov 12, 2022, 1:12 PM IST

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି । ଶାସକ ଦଳରେ ମିଶିଲେ ଶତାଧିକ ବିରୋଧି କର୍ମୀ । ଅଧିକ ପଢନ୍ତୁ

Padmapur By Poll: ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିରୋଧି କର୍ମୀ

ବରଗଡ: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur By-Poll) । ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ଣତା ସେତିକି ବଢିବାରେ ଲାଗିଛି । ହେଲେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି କୌଣସି ରାଜନୈତିକ ଦଳ । ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ଓ ବିଜେଡିର ଏ ଯାଏଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରିନାହିଁ । କିନ୍ତୁ ଏସବୁ ଭିତରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ଉପନିର୍ବାଚନ ପୂର୍ବରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

Padmapur ByPoll: ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିରୋଧି କର୍ମୀ

ଧାମନଗରରେ ହାରିବା ପରେ ପଦ୍ମପୁର ପାଇଁ ପୁରା ଦମ୍ ଲଗାଇଛି ବିଜେଡି । ପ୍ରାର୍ଥୀ ଘୋଷଣା ନ ହେଉଣୁ ପ୍ରଚାର ପ୍ରସାର ପାଇଁ ପଦ୍ମପୁର ଓ ପାଇକମାଳ ଅଞ୍ଚଳକୁ ହେଭିୱେଟ ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି । ଶୁକ୍ରବାର ବିଜେଡି ପକ୍ଷରୁ ପାଇକମାଲ ଠାରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଶାସକ ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଯୋଗ ଦେଇଥିବା କର୍ମୀଙ୍କ ମଧ୍ୟରେ ଅନେକ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Padmapur By Poll: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ: ବିଧାୟିକା କୁସୁମ ଟେଟେ

ବିଜେଡିର ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନବ କିଶୋର ଦାଶ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ଶତାଧିକ ବିରୋଧି କର୍ମ ବିଜେଡି ଦଳରେ ଯୋଗ ଦେଇଥିବା ବିଜେଡି ନେତା କହିଛନ୍ତି । ଅନ୍ୟପଟେ ଉପନିର୍ବାଚନ ସମୟରେ ପ୍ରତିଦିନ ବିରୋଧି ଦଳର ଶହ ଶହ କର୍ମୀ ମିଶୁଥିବା ଯୋଗୁଁ ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଶାସକ ଦଳ ମନ୍ତ୍ରୀ ଓ ନେତା ।

ଇଟିଭି ଭାରତ, ବରଗଡ

Last Updated : Nov 12, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.