ETV Bharat / state

କୋରୋନା କଟକଣା: ମିଳିଲାନି କୀଟନାଶକ, ଫସଲ ଖାଇଗଲେ ଅଜଣା ପୋକ - କୋରୋନା କଟକଣା

ଚାଷୀକୁ ବିପର୍ଯ୍ୟୟ ମାଡ । କୋରୋନା କଟକଣା ବେଳେ ମିଳିଲାନି କୀଟନାଶକ । ଏବେ ଫସଲ ଖାଇଗଲେ ଅଜଣା ପୋକ । ଫଳରେ ଅଣନିଶ୍ବାସୀ ହୋଇପଡନ୍ତି ଓଡିଶା ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀକୂଳ । ଅଧିକ ପଢନ୍ତୁ ....

ପ୍ରକୃତିର ପ୍ରହାର, ଛାରଖାର ଚାଷୀର ସୁନା ଫସଲ
ପ୍ରକୃତିର ପ୍ରହାର, ଛାରଖାର ଚାଷୀର ସୁନା ଫସଲ
author img

By

Published : Apr 27, 2020, 8:40 PM IST

ବରଗଡ: ଅନ୍ନଦାତାଙ୍କ ଉପରେ ପ୍ରକୃତିର ପ୍ରହାର । କୋରୋନା କୋପ ସାଙ୍ଗକୁ ଅଦିନିଆ ବର୍ଷା ଆଉ କୁଆ ପଥର ମାଡ । ପ୍ରକୃତିର ଏପରି ତାଣ୍ଡବକୁ ସାମ୍ନା କରିଆସୁଥିବା ଚାଷୀ ଏବେ ଅଣନିଶ୍ବାସୀ ହୋଇପଡିଛି ।

କୋରୋନା କଟକଣା: ମିଳିଲାନି କୀଟନାଶକ, ଫସଲ ଖାଇଗଲେ ଅଜଣା ପୋକ

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ କରାଗଲା ଲକଡାଉନ । ନାକା ବନ୍ଦୀ ହୋଇ ରହିଲେ ସଭିଁଏ । ପିଲା ଠୁ ବୁଢା, ଚାକିରି ରୁ ଚାଷବାସ ସବୁ ଥିରେ ପଡିଲା ତାଲା । ହେଲେ ଖାଦ୍ୟଭାବ ସଙ୍କଟ ଦେଖା ଦେବା ପୂର୍ବରୁ କୋରୋନା କଟକଣାରୁ ବାଦ ପଡିଲେ ଚାଷୀକୂଳ । ହେଲେ ସେତେବେଳେ ଦାଉ ସାଜିଲା ଅଦିନିଆ ବର୍ଷା ଆଉ ତୁହା ତୁହା କୁଆ ପଥର ମାଡ । ଆଉ ଏହି ଅଦିନିଆ ବର୍ଷା ଏବେ ଚାଷୀ ଭାଇଙ୍କ ଜୀବନରେ ଅଜଶ୍ର ଅଶ୍ରୁ ନେଇ ଆସଛି ।

ଏଥର ଭଲ ଚାଷ କରିଥିଲା ଚାଷୀ ଭାଇ । ଆଶା କରିଥିଲା ଋଣ ବୁଝି ସୁଝି 2 ପଇସା କମାଇବ । ହେଲେ ଲକଡାଉନ ପାଇଁ କୀଟନାଶକ ମିଳିଲା ନାହିଁ । କି ସରକାର ଏ ଦିଗରେ ଦୃଷ୍ଟି ଦେଲେ ନାହିଁ । ଫଳରେ ଫସଲ ଖାଇଗଲେ ଅଜଣା ପୋକ । ଆଉ ଛାର ଖାର କରି ଦେଲା ଅନ୍ନଦାତାଙ୍କ ଆଶା ଅସୁମାରୀ ସ୍ବପ୍ନ। ଉଜୁଡି ଦେଲା ପରିଶ୍ରମର ସୁନା ଫସଲ।

ହେକ୍ଟର ହେକ୍ଟର ଚାଷ ଜମିରେ ଅଜଣା ରୋଗ ପୋକ। କେଣ୍ଡା କେଣ୍ଡା ଧାନ ସବୁ ପୋଲା ହେଇଯାଉଛି । ସେପଟେ, କ୍ଷେତରେ ପଚୁଛି ଟମାଟୋ, ଆଳୁ, ମୂଳା, କଖାରୁ ଭଳି ପନିପରିବା । ଋତୁକାଳୀନ ପରିବା ଚାଷ ଉଜୁଡି ଯାଇଛି । ତେଣୁ ସରକାର ତୁରନ୍ତ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବା ସହ ସହାୟତା ଦେବାକୁ ଦାବି କରିଛନ୍ତି ।

ସଙ୍କଟରେ ସାରା ରାଜ୍ୟକୁ ଚାଉଳ ଯୋଗାଉଥିବା ଓଡିଶାର ଭାତହାଣ୍ଡି। କରୋନା ମହାମାରୀ ପରି ବିକଟ ପରିସ୍ଥିତିରେ କୃଷି କ୍ଷେତ୍ରରେ ଏପରି କ୍ଷତି, ଖାଦ୍ୟ ଆଶଙ୍କାକୁ ବଢାଇ ଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.