ETV Bharat / state

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅପହୃତ ନାବଳକର ମୃତଦେହ ଉଦ୍ଧାର, ଦୁଇ ଗିରଫ - ଦଗ୍ଧ ଅବସ୍ଥାରେ ମିଳିଲା ନାବଳକର ମୃତ ଶରୀର

ଅପହରଣ କରି ନାବାଳକୁ ନିର୍ମମ ଭାବେ ହତ୍ୟା କଲେ ଅଭିଯୁକ୍ତ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଲା ନାବଳକର ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 29, 2023, 9:45 PM IST

Updated : Mar 29, 2023, 10:14 PM IST

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅପହୃତ ନାବଳକର ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଲା ଅପହୃତ ନାବଳକର ମୃତଦେହ । ମାର୍ଚ୍ଚ 27ରେ ସନ୍ଧ୍ୟାରେ ନାବାଳକକୁ ଅପହରଣ କରାଯାଇଥିଲା । ଫୋନ୍‌ରେ ନାବାଳକକୁ ଫେରାଇବା ପାଇଁ ପରିବାରକୁ 50 ଲକ୍ଷ ଟଙ୍କା ଦାବି ମଧ୍ୟ କରାଯାଇଥିଲା । ଝାରସୁଗୁଡାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ସରବାହାଲ କ୍ରିଷ୍ଣା ଏନକ୍ଳେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲଙ୍କୁ ମାର୍ଚ୍ଚ 27 ତାରିଖରେ ଅପହରଣ କରାଯାଇଲା ।

ତେବେ ବରଗଡ଼ରୁ ନାବାଳକ ସମର୍ଥର ମୃତଦେହ ଉଦ୍ଧାର କରିଛି ବରଗଡ ପୋଲିସ । ସମର୍ଥର ହତ୍ୟାର ଆଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ଝାରସୁଗୁଡା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀ ଛକର ଦିନେଶ ଅଗ୍ରୱାଲ ବୋଲି ଝାରସୁଗୁଡା ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଝାରସୁଗୁଡା ଏସ୍‌ପିଙ୍କ ସୂଚନା ଅନୁଯାୟୀ, ‘‘ଗତ 27 ମାର୍ଚ୍ଚ, 2023ରେ, ଝାରସୁଗୁଡା ଟାଉନ ପୋଲିସ ଷ୍ଟେସନରେ ପ୍ରାୟ 9ଟା ବେଳେ ଜଣେ 15 ବର୍ଷର ନାବାବାଳକକୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନିଖୋଜ ନାବାଳକର ପିତା ଏହି ରିପୋର୍ଟ କରିଥିବା ବେଳେ ଅପହରଣକାରୀ 50 ଲକ୍ଷ ଟଙ୍କା ମାଗିଥିବା ସୂଚନା ଦେଇଥିଲେ ।

ସୂଚନା ପାଇବା ପରେ ତୁରନ୍ତ ଝାରସୁଗୁଡା ପୋଲିସର ସ୍ୱତନ୍ତ୍ର ଟିମ୍ ନିଖୋଜ ନାବାଳକଟିର ଅନୁସନ୍ଧାନ ଆରମ୍ଭ କରିଥିଲେ । ସ୍ବତନ୍ତ୍ର ଦଳ ପ୍ରମାଣ ପାଇଁ ସିସିଟିଭି ଫୁଟେଜ୍ ସ୍କାନ୍ କରିଥିଲେ। ପଡୋଶୀ ଜିଲ୍ଲାକୁ ମଧ୍ୟ ଯାଞ୍ଚ ଟିମ୍ ଯାଇ ଅନୁସନ୍ଧାନ କରିଥିଲା । ମାର୍ଚ୍ଚ 28ରୁ 29 ମାର୍ଚ୍ଚ ମଧ୍ୟରାତ୍ରିରେ ଅନୁସନ୍ଧାନକାରୀ ଦଳ ଅଭିଯୁକ୍ତ ଅମିତ କୁମାର ଶର୍ମା ଏବଂ ଦୀନେଶ ଅଗ୍ରୱାଲଙ୍କୁ ଚିହ୍ନଟ କରି ଅଟକ ରଖିଥିଲେ। ପଚରାଉଚରାରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୀଡିତ ପରିବାର ସହିତ ଚିହ୍ନା ପରିଚୟ ରହିଥିଲା । ମୁଖ୍ୟ ଅଭିଯୁକ୍ତ ପୀଡିତଙ୍କୁ କିଛି ବାହାନାରେ ସାଙ୍ଗରେ ନେଇଥିଲେ ଏବଂ ସେମାନେ ପରସ୍ପରକୁ ଜାଣିଥିବାରୁ ପୀଡିତ ତାଙ୍କ ସହ ଯାଇଥିଲେ ।

27-28 ମାର୍ଚ୍ଚ ମଧ୍ୟରାତ୍ରିରେ ଅଭିଯୁକ୍ତମାନେ ପୀଡିତଙ୍କୁ ହତ୍ୟା କରି ବରଗଡ ଜିଲ୍ଲାରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତମାନେ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି । ଅନୁସନ୍ଧାନରେ ସିସିଟିଭି ଫୁଟେଜ, କଲଡାଟା ରେକର୍ଡ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Mar 29, 2023, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.