ETV Bharat / state

ଗୁଲଜାରଙ୍କ ଗୀତରେ ପଦ୍ମଶ୍ରୀ ହଳଧର

author img

By

Published : Sep 24, 2019, 5:06 PM IST

ଓଡିଶାର ପ୍ରସିଦ୍ଧ ଆଦିବାସୀ କବି ହଳଧରଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ବେଶ ସୁନ୍ଦରଭାବେ ଭିଡିଓରେ ବଖାଣିଛନ୍ତି ପ୍ରସିଦ୍ଧ କବି, ଗୀତିକାର, ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଗୁଲଜାର । ଏନେଇ ସେ ଗୁଲଜାରଙ୍କୁ ଧନ୍ୟବାଦ ଦେବାସହ ହାତ ଯୋଡି ନମସ୍କାର କରିଛନ୍ତି ।

'ଧନ୍ୟବାଦ ଦେବା ପାଇଁ ଭାଷା ପାଉନି'

ବରଗଡ: ଓଡିଶାର ପ୍ରସିଦ୍ଧ ଆଦିବାସୀ କବି ହଳଧରଙ୍କ କାହାଣୀ ନିଜେ ଲେଖି ଶୁଣାଇଛନ୍ତି ପ୍ରସିଦ୍ଧ କବି, ଗୀତିକାର, ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଗୁଲଜାର । ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନକୁ ବେଶ ସୁନ୍ଦରଭାବେ ବଖାଣିଛନ୍ତି ଭିଡିଓରେ । ଏହାସହ ହଳଧର ନିଜେ କବିତା ପଢୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । କେବଳ ଗୁଲଜାର ନୁହେଁ ବରଂ ତାମିଲ ରାପର ଆର୍ଟ୍ସଲଡ ମଧ୍ୟ ରାପ୍ ଜରିଆରେ ହଳଧରଙ୍କ କାହାଣୀ କହିଛନ୍ତି ।

'ଧନ୍ୟବାଦ ଦେବା ପାଇଁ ଭାଷା ପାଉନି'

ପଦ୍ମଶ୍ରୀ ହଲଧର ନାଗ ଗୁଲଜାରଙ୍କ ଏପରି ପଦକ୍ଷେପରେ ଭାବବିଭୋର ହୋଇପଡିଛନ୍ତି । ଏହାସହ ସେ ନିଜ ପ୍ରତିକ୍ରିୟାରେ ଗୁଲଜାରଙ୍କୁ ଧନ୍ୟବାଦ ଦେବାସହ ହାତ ଯୋଡି ନମସ୍କାର କରିଛନ୍ତି । ତେବେ ଏହି ଭିଡିଓଟି ୟୁଟ୍ୟୁବରେ #LetterstoHaldhar ନାମରେ ଟ୍ରେଣ୍ଡ କରୁଛି । ଓଡିଶାର ଏହି ଲୋକକବିଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହୋଇଛନ୍ତି ।

ଆଦିବାସୀ ଓ କୋଶଳୀ ଭାଷ ପାଇଁ ସର୍ବଦା ଲଢିଆସୁଥିବା ହଳଧର 1950 ମସିହା ମାର୍ଚ୍ଚ 31ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ‘ଲୋକକବି ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି । ଖାଲି ଏତିକି ନୁହେଁ ପପୁଲାର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC) ହଳଧରଙ୍କ ଜୀବନୀ ଉପର ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲା ।

ଏହି ଭିଡିଓରେ ଓଡିଶାର ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ପ୍ରସିଦ୍ଧ ଗୀତିକାର ଗୁଲଜାର । ହଳଧରଙ୍କ କାହାଣୀକୁ କବିତା ଆକାରରେ ଖୁବ ସୁନ୍ଦରଭାବେ ସଜାଇଛନ୍ତି ଗୁଲଜାର ।

ଲୋକ କବି ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁର ସନ୍ତାନ ଆଉ ଓଡିଶାର ଗର୍ବ । 2016ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ମହାନ ଗୀତିକାର ଗୁଲଜାର । ଭର୍ଚୁଆଲ ଭାରତ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ମ୍ୟୁଜିକ ଭିଡିଓକୁ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଓଡିଶାର ପ୍ରସିଦ୍ଧ ଆଦିବାସୀ କବି ହଳଧରଙ୍କ କାହାଣୀ ନିଜେ ଲେଖି ଶୁଣାଇଛନ୍ତି ଗୁଲଜାର । ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନକୁ ବେଶ ସୁନ୍ଦରଭାବେ ଭିଡିଓରେ ଦେଖିବାକୁ ମିଳିଛି । ଏହାସହ ହଳଧର ନିଜେ କବିତା ପଢୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । କେବଳ ଗୁଲଜାର ନୁହେଁ ବରଂ ତାମିଲ ରାପର ଆର୍ଟ୍ସଲଡ ମଧ୍ୟ ରାପ୍ ଜରିଆରେ ହଳଧରଙ୍କ କାହାଣୀ କହିଛନ୍ତି ।

ପଦ୍ମଶ୍ରୀ ହଲଧର ନାଗ ଗୁଲଜାର ଙ୍କର ଏପରି ପଦକ୍ଷେପ ରେ ଭାବବିଭୋର ହୋଇପଡିଛନ୍ତି ଏବଂ ଏହାର ପ୍ରତିକ୍ରିୟା ଦେଇଛନ୍ତି | ଗୁଲଜାର ଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ହାତ ଯୋଡି ନମସ୍କାର କରିଥିଲେ |Body:
ୟୁଟ୍ୟୁବରେ #LetterstoHaldhar ନାମରେ ଟ୍ରେଣ୍ଡ ଆରମ୍ଭ ହୋଇଛି । ଓଡିଶାର ଏହି ଲୋକ କବିଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ । ଆଦିବାସୀ ଓ କୋଶଳୀ ଭାଷ ପାଇଁ ସର୍ବଦା ଲଢିଆସୁଥିବା ହଳଧର 1950 ମସିହା ମାର୍ଚ୍ଚ 31ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ‘ଲୋକକବି ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି । ଖାଲି ଏତିକି ନୁହେଁ ପପୁଲାର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC) ହଳଧରଙ୍କ ଜୀବନୀ ଉପର ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲା ।

ଓଡିଶାର ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ପ୍ରସିଦ୍ଧ ଗୀତିକାର ଗୁଲଜାର । ହଳଧରଙ୍କ କାହାଣୀକୁ କବିତା ଆକାରରେ ଖୁବ ସୁନ୍ଦରଭାବେ ସଜାଇଛନ୍ତି ଗୁଲଜାର

ଲୋକ କବି ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁର ସନ୍ତାନ ଆଉ ଓଡିଶାର ଗର୍ବ । 2016ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ମହାନ ଗୀତିକାର ଗୁଲଜାର । ଭର୍ଚୁଆଲ ଭାରତ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ମ୍ୟୁଜିକ ଭିଡିଓକୁ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ପ୍ରଶଂସା ଓ ପସନ୍ଦ କରାଯାଇଛି ।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.