ETV Bharat / state

ବର୍ଦ୍ଧିତ ସ୍କୁଲଫି’ କୁ ନେଇ ଅଭିଭାବକଙ୍କ ଆନ୍ଦୋଳନ - school

ବରଗଡ ବ୍ଲକ ତୋରା ଗ୍ରାମରେ ରହିଥିବା ବେଥାନି କନଭେଣ୍ଟ ସ୍କୁଲରେ ପିଲାଙ୍କ ବର୍ଦ୍ଧିତ ମାତ୍ରାଧିକ ସ୍କୁଲ ଫିକୁ ନେଇ ଅଭିଭାବକ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 26, 2019, 11:13 PM IST

ବରଗଡ: କନଭେଣ୍ଟ ସ୍କୁଲ ଫିକୁ ନେଇ ପୁଣି ତାତିଲେ ଅଭିଭାବକ । ବରଗଡ ବ୍ଲକ ତୋରା ଗ୍ରାମରେ ରହିଥିବା ବେଥାନି କନଭେଣ୍ଟ ସ୍କୁଲରେ ପିଲାଙ୍କ ବର୍ଦ୍ଧିତ ମାତ୍ରାଧିକ ସ୍କୁଲ ଫିକୁ ନେଇ ଅଭିଭାବକ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜି(ବୁଧବାର) ବେଥାନୀ ସ୍କୁଲ ଖୋଲିଥିବାବେଳେ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରି ସ୍କୁଲକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଥିଲେ ।

ତେବେ ବିଭିନ୍ନ ଘରୋଇ ସ୍କୁଲରେ ଏଲକେଜିରୁ ଦଶମ କ୍ଲାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ସ୍କୁଲ ଫି କମ ରହିଥିବାବେଳେ ତୋରାରେ ରହିଥିବା ବେଥାନୀ କନଭେଣ୍ଟ ସ୍କୁଲରେ ସ୍କୁଲ ଫି ଅନ୍ୟ ସ୍କଲ ଅପେକ୍ଷା ଅଧିକ ଥିବାରୁ ଅଭିଭାବକ ମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ।

ତେବେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୁରୁଣା ଫି ଅନୁସାରେ ସ୍କୁଲ ପିଲାଙ୍କ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ବେ ଉକ୍ତ ସ୍କୁଲରେ ଚଳିତ ବର୍ଷ ୧୫ % ସ୍କୁଲ ଫି ବୃଦ୍ଧିକରିଥିବାରୁ ଅଭିଭାବକ ମାନେ ନାରାଜ ହୋଇ ପୁଣି ଆନ୍ଦୋଳନ କରିଛନ୍ତି ।

ପରେ ଆନ୍ଦୋଳନ ଦେଖି ରାଞ୍ଚିରୁ ଆସିଥିବା ସ୍କୁଲ ସୋସାଇଟିର ଉଚ୍ଚ ପଦାଧିକାରୀ ମାନେ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଫିକୁ 15 ପ୍ରତିଶତରୁ 10 ପ୍ରତିଶତକୁ କମାଇବାକୁ ସହମତି ହୋଇଥିବା ଜଣାପଡିଛି । ଫଳରେ ଗୁରୁବାର ଠାରୁ ଛାତ୍ରଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:କନଭେଣ୍ଟ ସ୍କୁଲ ଫି କୁ ନେଇ ପୁଣି ତାତିଳେ ଅଭିଭାବକ । ବରଗଡ଼ ବ୍ଲକ ତୋରା ଗ୍ରାମରେ ରହିଥିବା ବେଥାନି କନଭେଣ୍ଟ ସ୍କୁଲ ରେ ପିଲାଙ୍କ ବର୍ଦ୍ଧିତ ମାତ୍ରାଧିକ ସ୍କୁଲ ଫି କୁନେଇ ଅଭିଭାବକ ମାନେ ପୁଣି ଆନ୍ଦୋଳନ କୁ ଓହଲ୍ଲାଇଛନ୍ତି । ଆଜି ବେଥାନୀ ସ୍କୁଲ ଖୋଲିଥିବା ବେଳେ ସ୍କୁଲର ଅଭିଭାବକ ମାନେ ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଥିଲେ ଏବଂ ସ୍କୁଲକୁ ସମ୍ପୁର୍ଣ୍ଣ ଅଚଳ କରିଦେଇଥିଲେ ।

ବରଗଡ଼ ସହରର ବିଭିନ୍ନ ଘରୋଇ ସ୍କୁଲ ଗୁଡିକରେ lkg ରୁ ଦଶମ କ୍ଲାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ସ୍କୁଲ ଫି କମ ରହିଥିବା ବେଳେ ତୋରା ରେ ରହିଥିବା ବେଥାନୀ କନଭେଣ୍ଟ ସ୍କୁଲରେ ସ୍କୁଲ ଫି ଅନ୍ୟ ସ୍କଲ ଅପେକ୍ଷା ପ୍ରଚୁର ମାତ୍ରା ରହିଥିବା ନେଇ ଅଭିଭାବକ ମାନେ ଗତ ମାର୍ଚ୍ଚ ମାସରୁ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ । ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୁରୁଣା ଫି ଅନୁଶାରେ ସ୍କୁଲ ପିଲାଙ୍କ ନାମଲେଖାଇବା ପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା ଉକ୍ତ ସ୍କୁଲ ରେ ଚଳିତ ବର୍ଷ ୧୫ % ସ୍କୁଲ ଫି ବୃଦ୍ଧିକରିଥିବାରୁ ଅଭିଭାବକ ମାନେ ନାରାଜ ରହିଥିଲେ ଏବଂ ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଥିଲେ ।

Body:ବେ ରାଞ୍ଚି ରୁ ଆସିଥିବା ଉକ୍ତ ସ୍କୁଲର ଉଚ୍ଚ ପଦାଧିକାରୀ ମାନେ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ। ଅଭିଭାବକ ମାନେ ଚଳିତ ବର୍ଷର ସ୍କୁଲ ଫି ବାବଦକୁ ୧୫% ବୃଦ୍ଧିକୁ ବିରୋଧ କରିଥିଲେ ଏବଂ ୧୦% ବୃଦ୍ଧି କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବଂ ଅଭିଭାବକ ମାନଙ୍କ ସହ ସ୍କୁଲ ଶିକ୍ଷକଙ୍କ ବୈଠକ ପ୍ରତି ମାସରେ କରାଯିବା ପାଇଁ ଦାବି କରାଯାଇଥିଲା । ରାଞ୍ଚିରୁ ଆସିଥିବା ସ୍କୁଲ ସୋସାଇଟି ର ଉଚ୍ଚ ପଦାଧିକାରୀ ମାନେ ଅଭିଭାବକ ମାନଙ୍କ ସମସ୍ତ ଦାବିକୁ ମାନି ନେଇଥିବା ବେଳେ ସ୍କୁଲ ଫି ବାବଦକୁ ୧୦% ବୃଦ୍ଧି କୁନେଇ ମଧ୍ୟ ଏକପ୍ରକାର ସହମତି ଜଣାଇବା ପରେ ଅଭିଭାବକ ମାନେ ଆନ୍ଦୋଳନରୁ ଓହରିଥିଲେ ଏବଂ ଆସନ୍ତାକାଲି ଠାରୁ ସମସ୍ତ ଛାତ୍ରଛାତ୍ରୀ ସ୍କୁଲକୁ ପାଠପଢ଼ି ବାକୁ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ବାଇଟ ୧- ହୃଷିକେଶ ଭୋଇ ( ଅଭିଭାବକ )
ବାଇଟ ୨- ସାଗର ପ୍ରଧାନ ( ଅଭିଭାବକ )
ବାଇଟ 3 - ସିଷ୍ଟର ସାଇନା ( କର୍ପୋରେଟ ମେନେଜର )

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.