ETV Bharat / state

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍‌, ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ ଗଲେ କର୍ମଚାରୀ - ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ ଗଲେ କର୍ମଚାରୀ

ସରାକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ସମ୍ବଲପୁରୀ ଦିନ୍‌ର ଝଲକ । ଏହି ଦିବସ ଅବସରରେ ବରଗଡ଼ ଜିଲ୍ଲାପାଳଙ୍କ ନିିର୍ଦ୍ଦେଶ ଅନୁସାରେ ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟାଳୟକୁ ଆସିଥିଲେ । ଅଧିକ ପଢ଼ନ୍ତୁ

sambalpuri day 2023
ସମ୍ବଲପୁରୀ ଦିନ୍‌ 2023
author img

By

Published : Aug 1, 2023, 8:53 PM IST

ସମ୍ବଲପୁରୀ ଦିନ୍‌ 2023

ବରଗଡ଼: ସାରା ପଶ୍ଚିମ ଓଡ଼ିଶାରେ ପାଳନ ହେଉଛି ସମ୍ବଲପୁରୀ ଦିନ୍ । ଏହି ଅବସରରେ ଗାଁଠୁ ସହର ସବୁଆଡ଼େ ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରୀ ପୋଷାକ ପରିଧାନ କରି ପାରମ୍ପରିକ ଖାଦ୍ୟ ଖାଇ ନାଚଗୀତରେ ସମସ୍ତେ ମସଗୁଲ ହୋଇଛନ୍ତି । କେବଳ ଜନସାଧାରଣଙ୍କ ମଧ୍ୟରେ ଏହି ଦିବସ ପାଳନକୁ ସୀମିତ ନରଖି ସରକାରୀ ସ୍ତରରେ ମଧ୍ୟ ପାଳନ କରାଯାଇଛି । ବରଗଡ଼ ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଆସିଥିବା ଦେଖିବାକୁ ମିଳିଛି ।

ବରଗଡ଼ ଜିଲ୍ଲାପାଳ ଭୁଲିଆ ସମାଜର କୌଳିକ ବୃତ୍ତିକୁ ତଥା ପାରମ୍ପିରକ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅନ୍ତତଃ ସପ୍ତାହରେ ସୋମବାର ଗୋଟେ ଦିନ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାର୍ଯ୍ୟଲୟକୁ ଆସିବାକୁ ନିର୍ଦେଶ ଦେଇଥିଲେ । ଆଜି ସମ୍ବଲପୁରୀ ଦିବସ ପାଳନ ଅବସରରେ ମଧ୍ୟ ସେହି ନିର୍ଦ୍ଦେଶକୁ ପୁନରାବୃତ୍ତି କରିଛନ୍ତି ଓ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନିଆରା ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁରୀ ଦିବସ ପାଳନ କରାଯାଇଛି । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସମେତ ସମସ୍ତ କର୍ମଚାରୀ ସମ୍ବଲପୁରୀ ଶାଢୀ ପରିଧାନ କାର୍ଯ୍ୟାଳୟକୁ ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Sambalpuri Din 2023: ସମ୍ବଲପୁରୀ ଦିନରେ ସମ୍ବଲପୁରୀ ପୋଷାକ ପନ୍ଧିଲେ ସରକାରୀ କର୍ମଚାରୀ

ତେବେ ପ୍ରତି ବର୍ଷ ଆଜିର ଦିନ ଅର୍ଥାତ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିବସ ରୂପେ ପାଳନ କରିବାର ଏକ ଭିନ୍ନ କାରଣ ରହିଛି । ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଲେଖକ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷା ସାହିତ୍ୟ, କଳା ସଂସ୍କୃତି ପାଇଁ ତାଙ୍କର ବ୍ୟାପକ ଅବଦାନ ରହିଛି । ସେ ପ୍ରଥମ କରି ସମ୍ବଲପୁରୀ ଶବ୍ଦକୋଷ ଆଉ ବ୍ୟାକରଣ ଲେଖି ସମ୍ବଲପୁରୀ ଭାଷା ସାହିତ୍ୟକୁ ଗୋଟେ ନୂଆ ବାଟ ଦେଖାଇଥିଲେ । ସେଥି ପାଇଁ ତାଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସ୍ରଷ୍ଟା ବୋଲି କୁହାଯାଏ । ସମ୍ବଲପୁରୀ ଭାଷାର ପ୍ରଚାର, ପ୍ରସାର ପାଇଁ ସତ୍ୟନାରାୟଣ ବହିଦାର ତାଙ୍କ ଜୀବନର ଅଧିଂକାଶ ସମୟ ତ୍ୟାଗ କରିଦେଇଥିଲେ । ଆଜି ସେ ମହାନ ବ୍ୟକ୍ତିତ୍ବଙ୍କ ଜନ୍ମଦିନ । ସମ୍ବଲପୁର ଭାଷାକୋଷ ପ୍ରତି ତାଙ୍କର ତ୍ୟାଗ ଲାଗି ସାରା ପଶ୍ଚିମ ଓଡ଼ିଶା ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍‌ ହିସାବରେ ପାଳନ କରି ଆସୁଛି । ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ସଙ୍ଗେ ସମ୍ବଲପୁରୀ ପୋଷାକର ପ୍ରଚାର ପ୍ରସାର ଏହାର ମୂଳ ଉଦ୍ଦେଶ୍ୟ ଅଟେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.