ETV Bharat / state

ରାଜ୍ୟପାଳଙ୍କ ଦିନିକିଆ ବରଗଡ ଗସ୍ତ, କହିଲେ ଭାରତର ଝିଅ ଦୁନିଆର ସବୁକିଛି କରିପାରିବେ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ବରଗଡ ଗସ୍ତରେ ଯାଇ ଅନେକ ସ୍କୁଲରେ ଆୟୋଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭାରତର ଝିଅ ଦୁନିଆର ସବୁକିଛି କରିପାରିବେ ବୋଲି ସେ ଅଭିଭାଷଣରେ କହିଥିଲେ । ଅଧିକ ପଢନ୍ତୁ

Ganeshi Lal visited bargarh
Ganeshi Lal visited bargarh
author img

By

Published : Apr 12, 2023, 3:09 PM IST

ରାଜ୍ୟପାଳଙ୍କ ଦିନିକିଆ ବରଗଡ ଗସ୍ତ

ବରଗଡ: ମଙ୍ଗଳବାର ଦିନିକିଆ ଜିଲ୍ଲା ଗସ୍ତରେ ଆସିଥିଲେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ, ବିଜେପୁର ବ୍ଳକ ଓ ବରଗଡ଼ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ଆୟୋଜିତ ଉତ୍ସବରେ ଯୋଗ ଦେବା ସହିତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ମଙ୍ଗଳବାର ସକାଳ ୯ଟା ୪୫ ମିନିଟରେ ପହଞ୍ଚିଥିଲେ ରାଜ୍ୟପାଳ । ରାଜ୍ୟପାଳ ଗଣେଶୀ ଲାଲ ପ୍ରଥମେ ଜିଲ୍ଲାର ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭଗବାନ ନୃସିଂହନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସ୍ବାଗତ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ରାଜ୍ୟପାଳ ରାମାୟଣ, ମହାଭାରତରୁ ଅନେକ ଶିକ୍ଷଣୀୟ, ଉପାଦେୟ କଥା ଉପସ୍ଥିତ ଛାତ୍ରୀଙ୍କୁ କହିଥିଲେ । ଭାରତର ଝିଅ ଦୁନିଆର ସବୁକିଛି କରିପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃନିକେତନର ନିରୁପମା ମହାପାତ୍ରଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବେ ମଞ୍ଚରେ ବରଗଡ଼ ଏମ୍‌ପି ସୁରେଶ ପୂଝରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ ।

ପାଇକମାଲରେ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ରାଜ୍ୟପାଳ ବିଜେପୁର ବ୍ଲକ ସମଲେଇପଦରର ସରକାରୀ ୟୁଜି ହାଇସ୍କୁଲ ଓ ତୁଲଣ୍ଡିର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଅପରାହ୍ନ ୪ଟାରେ ବରଗଡ଼ର ବିକାଶ ଶିକ୍ଷା ଅନୁଷ୍ଠାନର ସୋସିଆଲ ୱେଲଫେୟାର ଏଣ୍ଡ କମ୍ୟୁନିଟି ସ୍କୁଲ ବିଲଡିଂ ନିର୍ମାଣର ଶିଳାନ୍ୟାସ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ । ବିକାଶ ଅନୁଷ୍ଠାନ ପକ୍ଷରୁ ବର୍ତ୍ତମାନ ୪୦୦ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ସହିତ ଖାଦ୍ୟ ପ୍ରଦାନ କରାଯାଉଛି । ତେବେ ଆସନ୍ତା ୨ ବର୍ଷରେ ଯେପରି ୨୦୦୦ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ସେହି ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ସୋସିଆଲ ୱେଲଫେୟାର ଏଣ୍ଡ କମ୍ୟୁନିଟି ସ୍କୁଲ ବିଲଡିଙ୍ଗର ଶିଳାନ୍ୟାସ କରିଥିଲେ । ବରାହଗୁଡା ସ୍ଥିତ ବିକାଶ ଶିକ୍ଷା ଅନୁଷ୍ଠାନର ଅଡିଟୋରିଅମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିବା ବେଳେ ତାଙ୍କ ସହିତ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ ଏସ୍ପି ପ୍ରହଲାଦ ସହାଇ ମୀନା, ବରଗଡ ସାଂସଦ ସୁରେଶ ପୂଜାରିଙ୍କ ସହିତ ଅନୁଷ୍ଠାନର ମୁଖ୍ୟ ଡି ମୁରଲୀ କ୍ରୀଷ୍ଣା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.