ETV Bharat / state

ନକଲି ପୋଲିସ ସ୍କ୍ୱାର୍ଡ ସାଜିବା ପଡିଲା ମହଙ୍ଗା: ବନ୍ଧା ହେଲେ ୨ ଅଭିଯୁକ୍ତ - ନକଲି ପୋଲିସ ସ୍କ୍ୱାଡ ସାଜି ଗିରଫ ହେଲେ ଅଭିଯୁକ୍ତ

ପୋଲିସର ସ୍ପେଶାଲ ସ୍କ୍ବାର୍ଡ କହି ଅର୍ଥ ଆଦାୟ କରୁଥିବାବେଳେ ଧରାପଡିଲେ 2 ଅଭିଯୁକ୍ତ ।ଆଜି(ଶନିବାର) 2 ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ନକଲି ପୋଲିସ ସ୍କ୍ୱାଡ ସାଜିବା ପଡିଲା ମହଙ୍ଗା : ବନ୍ଧା ହେଲେ ୨ ଅଭିଯୁକ୍ତ

author img

By

Published : Jan 15, 2022, 9:37 PM IST

ବରଗଡ : ନକଲି ପୋଲିସ ସାଜି ଅର୍ଥ ଆଦାୟ କରିବା ପଡିଲା ମହଙ୍ଗା । ପୋଲିସର ସ୍ପେଶାଲ ସ୍କ୍ବାର୍ଡ କହି ଅର୍ଥ ଆଦାୟ କରୁଥିବା ବେଳେ ଧରାପଡିଲେ 2 ଅଭିଯୁକ୍ତ । ବରଗଡ ଅତାବିରା ଥାନାରେ ଏନେଇ ଏତଲା ହୋଇଥିବାବେଳେ ଆଜି(ଶନିବାର) 2 ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ନକଲି ପୋଲିସ ସ୍କ୍ୱାଡ ସାଜିବା ପଡିଲା ମହଙ୍ଗା : ବନ୍ଧା ହେଲେ ୨ ଅଭିଯୁକ୍ତ

ସୂଚନା ଅନୁଯାୟୀ 14 ତାରିଖ ରାତିରେ ଅତାବିରା ଥାନା ଅନ୍ତର୍ଗତ କର୍ଳାଟିକିରା ଗାଁର ଟୁନା ମିର୍ଧା ନାମକ ଜଣେ ବ୍ୟକ୍ତିଙ୍କ ଦୋକାନକୁ କିଛି ଯୁବକ ବାଇକରେ ଯାଇଥିଲେ । ନିଜକୁ ବରଗଡ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ବୋଲି ପରିଚୟ ଦେଇଥିଲେ । ଏତେ ସମୟ ପର୍ଯ୍ୟନ୍ତ କାହିଁକି ଦୋକାନ ଖୋଲା ହୋଇଛି ବୋଲି ଭୟଭୀତ କରାଇ 2000 ଟଙ୍କା ଦେବାକୁ କହିଥିଲେ ।

ଏଥିରେ ଯୁକ୍ତିତର୍କ ହେବାରୁ ନିଜକୁ ପୋଲିସ କହୁଥିବା ଏହି ଯୁବକମାନେ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିଲେ । ତେବେ ଗଣ୍ଡଗୋଳ ବଢିଯିବାରୁ ଗ୍ରାମବାସୀ 2 ଜଣ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଉତ୍ତମ ମଧ୍ୟମ ଦେଇ ଅତାବିରା ପୋଲିସ ଜିମାରେ ଦେଇଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି 2 ଜଣଙ୍କୁ ଗିରଫ କରିଥିଲା । ଏହାସହିତ 4 ଗୋଟି ମୋବାଇଲ ଫୋନ ,ବାଇକ ଓ ଲୁଟ କରାଯାଇଥିବା ସହ 2 ହଜାର ଟଙ୍କା ଜବତ କରିଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.