ବରଗଡ: କରୋନା ମହାମାରୀ ଭୟରେ ଲୋକେ ଘରୁ ପଦାକୁ ଗୋଡ କାଢୁନଥିବା ବେଳେ କରୋନା ସହିତ ଲଡେଇ କରୁଥିବା ବହୁ ମହିଳା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଉତ୍ସାହିତ କରିଛନ୍ତି ପୂର୍ବତ ବିଧାୟକ ପ୍ରଦୀପ ପୁରୋହିତ ।
![Former MLA Pradeep Purohit honored the female corona warrior](https://etvbharatimages.akamaized.net/etvbharat/prod-images/od-bar-coronajoddha-ohoto1-dry-7203682_23052020180517_2305f_1590237317_183.jpg)
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ବହୁ ପ୍ରବାସୀ ଦାଦନ ଶ୍ରମିକ ବର୍ତ୍ତମାନ ସମୟରେ ନିଜ ନିଜ ଗ୍ରାମକୁ ଫେରିଥିବା ବେଳେ ଏହି ଅଞ୍ଚଳରେ କରୋନାକୁ ନେଇ ଗୋଟେ ପ୍ରକାରର ଭୟର ମାହୋଲ ଖେଳିଯାଇଛି । ଏପରି ପରିସ୍ଥିତିରେ ନିଜ ଜୀବନକୁ ବାଜିରେ ଲଗାଇ ଘର ଘର ବୁଲି କରୋନା ସର୍ଭେରେ ନିୟୋଜିତ ଥିବା ଅଙ୍ଗନୱାର୍ଡ କର୍ମୀ, ଆଶା କର୍ମୀଙ୍କୁ ସମ୍ମାନିତ କରାଯାଇଛି ।
![Former MLA Pradeep Purohit honored the female corona warrior](https://etvbharatimages.akamaized.net/etvbharat/prod-images/od-bar-coronajoddha-ohoto1-dry-7203682_23052020180517_2305f_1590237317_866.jpeg)
ଏହି ସଚେତନତା କାର୍ଯ୍ୟକ୍ରମରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ସହିତ ତାଙ୍କୁ ଉତ୍ସାହିତ କରି ମନୋବଳ ବଢାଇଥିଲେ । ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମଧ୍ୟ ସଚେତନ ରହିବା ସହିତ ସମସ୍ତ ଆଶା କର୍ମୀ ଏବଂ ଆଙ୍ଗନବାଡି କର୍ମୀମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ବରଗଡରୁ ରାଜେଶ ସରପ, ଇଟିଭି ଭାରତ