ETV Bharat / state

ପଦ୍ମପୁର ଉପନିର୍ବାଚନ ନେଇ ତତ୍ପର ରାଜନୈତିକ ଦଳ, ଆନ୍ଦୋଳନରେ ଚାଷୀ

author img

By

Published : Nov 9, 2022, 8:44 PM IST

ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ । ସେପଟେ ଫସଲ ବୀମାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଛି ଚାଷୀ ଆନ୍ଦୋଳନ । ଶୀଘ୍ର ଦାବି ପୂରଣ ନହେଲେ ଉପନିର୍ବାଚନ ପ୍ରକ୍ରିୟାରେ ଚାଷୀମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପଦ୍ମପୁର ଉପନିର୍ବାଚନ ନେଇ ତତ୍ପର ରାଜନୈତିକ ଦଳ, ଆନ୍ଦୋଳନରେ ଚାଷୀ
ପଦ୍ମପୁର ଉପନିର୍ବାଚନ ନେଇ ତତ୍ପର ରାଜନୈତିକ ଦଳ, ଆନ୍ଦୋଳନରେ ଚାଷୀ

ବରଗଡ଼: ଡିସେମ୍ବର ୫ରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ । ଏନେଇ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିବସିଛନ୍ତି । ସେପଟେ ଅଞ୍ଚଳରେ ଚାଷୀଙ୍କ ଫସଲ ବୀମାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଛି ଆନ୍ଦୋଳନ । ବର୍ତ୍ତମାନ ମଧ୍ୟ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ଉପନିର୍ବାଚନ ପ୍ରକ୍ରିୟାରେ ଚାଷୀମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ପଦ୍ମପୁର ଉପନିର୍ବାଚନ ନେଇ ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପାଗ ଭିଡ଼ିବାରେ ଲାଗିଲେଣି । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳ ସାମିଲ ରହିଛନ୍ତି । ଧାମନଗରରେ ଚିତପଟାଙ୍ଗ୍‌ ହେବାପରେ ଏବେ ପଦ୍ମପୁର ଦଖଲ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଶାସକ ବିଜେଡି । ଏଥିପାଇଁ ୬ ଜଣ ମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ସେପଟେ ଧାମନଗରରେ ବିଜୟ ହାସଲ କରିବା ପରେ ବିଜେପି ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିଛି । ଧାମନଗର ଉପନିର୍ବାଚନ ମଧ୍ୟରେ ହିଁ ପଦ୍ମପୁର ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ପୂର୍ବ ନିର୍ବାଚନରେ ପାଇଥିବା ନିଜ ପକେଟ ଭୋଟକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଆଶା ରଖିଛି । ସେପଟେ କିନ୍ତୁ ଏହି ଉପନିର୍ବାଚନ ପ୍ରତ୍ୟାଖ୍ୟାନ କରିବାକୁ ଚେତାବନୀ ଦେଲେଣି ଚାଷୀ ।

ଏହା ମଧ୍ୟ ପଢନ୍ତୁ: ଡ଼ିସେମ୍ବର 5ରେ ପଦ୍ମପୁର ଉପନିର୍ବାଚନ, ସୁଶାନ୍ତ କହିଲେ ବିଜୟୀ ହେବ BJD

ପଦ୍ମପୁର ଆସନ ବିଜେଡି ଦଳର ଅକ୍ତିଆରରେ ଥିବା ବେଳେ ବର୍ତ୍ତମାନ ଉପନିର୍ବାଚନରେ ବିଜେଡି ଦଳକୁ ଅନୁକମ୍ପା ଭୋଟ ମିଳିବା ସ୍ଵାଭାବିକ । ମାତ୍ର ଏହି ଅଞ୍ଚଳରେ ଚାଷୀଙ୍କ ଫସଲ ବୀମାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ଆନ୍ଦୋଳନ ଶାସକ ଦଳକୁ ପ୍ରଭାବିତ କରିବାର ସମ୍ଭାବନା ବଢି ଯାଇଛି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଅଣଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ମରୁଡି ଜନିତ ଫସଲ ନଷ୍ଟ ପାଇଁ ଏଠାକାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଅନ୍ୟପଟେ ଚାଷୀମାନେ ଫସଲ ବୀମା ବାବଦକୁ ପ୍ରିମିୟମ ଦେଇଥିଲେ ସୁଦ୍ଧା ବୀମା କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରୁନାହାନ୍ତି । ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ: ମହୁଲପୋଚ ଖାଇ ଶୋଇପଡ଼ିଲେ ୨୪ ହାତୀ

ତେବେ ନିଜର ବୀମା ପ୍ରାପ୍ୟ ପାଇବା ଦାବିରେ ଦୀର୍ଘ ମାସରୁ ଏଠାକାର ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି । ଯଦି ଶୀଘ୍ର ଚାଷୀଙ୍କ ଦାବି ପୂରଣ କରାନଯାଏ, ତାହେଲେ ଉପନିର୍ବାଚନ ପ୍ରକ୍ରିୟାରେ ଚାଷୀମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.