ETV Bharat / state

ରାସ୍ତାରେ ପରିବା ଢାଳି ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ଚାଷୀ

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚିନ୍ତାରେ ଚାଷୀ । ଜିଲ୍ଲାରେ ଶୀତଳ ଭଣ୍ଡାର ନ ଥିବାରୁ ରାସ୍ତାରେ ପରିବା ଢାଳି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 8, 2021, 10:47 PM IST

ରାସ୍ତାରେ ପରିବା ଢାଳି ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ଚାଷୀ
ରାସ୍ତାରେ ପରିବା ଢାଳି ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ଚାଷୀ

ବରଗଡ: ରାଜରାସ୍ତାକୁ ଓହ୍ଲାଇଲେ ଜିଲ୍ଲାର ପରିବା ଚାଷୀ । ଶସ୍ତାରେ ପନିପରିବା ବିକ୍ରି କରିବା ପ୍ରତିବାଦରେ ରାସ୍ତା ଉପରେ ପନିପରିବା ଢାଳି ରାଜରାସ୍ତାକୁ ଓହ୍ଲାଇଲେ ବରଗଡ଼ ଜିଲ୍ଲାର ଚାଷୀ । ଏନେଇ ଜିଲ୍ଲାର ଦଶମାଇଲ ଛକଠାରେ ଆଜି( ବୁଧବାର) ବହୁ ମାତ୍ରାରେ ପନିପରିବା ଚାଷୀ ନିଜର ଉତ୍ପାଦିତ ପନିପରିବା ଆଣି ଜାତୀୟ ରାଜପଥର ମଝି ରାସ୍ତାରେ ଢ଼ାଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ତେବେ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ବର୍ଷାର ଘୋର ଅଭାବ ଦେଖା ଦେଇଥିବାବେଳେ ଏବେ ଚାଷୀ ଅମଳ କରିଥିବା ପନିପରିବାକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁନାହାନ୍ତି । ତେବେ କଷ୍ଟ ଉପାର୍ଜିତ ପନିପରିବା ବିକ୍ରି ଜନିତ ଲୁଟର ବିରୋଧରେ ଦଶମାଇଲ ଛକ ଠାରେ ଚାଷୀ ଙ୍କ ତରଫରୁ ଏକ ପ୍ରତୀକାତ୍ମକ ପ୍ରତିବାଦ କରାଯାଇଛି । ଚାଷୀମାନେ ନିଜ ନିଜର ଉତ୍ପାଦିତ ପନିପରିବାକୁ ରାଜରାସ୍ତାରେ ଢାଳି ଦେଇଥିବା ବେଳେ ଗାଡ଼ିରେ ଯାତାୟାତ କରୁଥିବା ଲୋକଙ୍କୁ ମାଗଣାରେ ପନିପରିବା ବାଣ୍ଟୁଥିବା ନେଇ ଦେଖିବାକୁ ମିଳିଛି ।

ସେପଟେ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ବାଧ୍ୟ ହୋଇ ଶସ୍ତାରେ ବିକ୍ରି କରୁଥିବା ନେଇ ଚାଷୀନେତା ଲିଙ୍ଗରାଜ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.