ETV Bharat / state

ଆର୍ଥିକ ମାନ୍ଦାବସ୍ଥା; ଚିନ୍ତାରେ କୃଷି ଓ ବୁଣାକାର

author img

By

Published : Sep 21, 2019, 6:32 AM IST

ଦେଶର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବରଗଡ ଜିଲ୍ଲାର କୃଷି ଓ ବୁଣାକାର ମାନଙ୍କ ଉପରେ ମଧ୍ୟ ସମାନ୍ତରାଳ ଭାବରେ ପଡିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି । ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଶିଳ୍ପ ଅନୁଷ୍ଠାନ ଓ କଳକାରଖାନା ଉପରେ ପଡିଛି । ତେବେ ଏହି ପ୍ରଭାବ ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର କୃଷି ଓ ବୁଣାକାର ମାନଙ୍କ ଉପରେ ଉପରେ ମଧ୍ୟ ସମାନ୍ତରାଳ ଭାବରେ ପଡିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲାରେ ମୁଖ୍ୟତଃ ୭୦ % ଲୋକେ ପରିବାର ପୋଷଣ ପାଇଁ ଚାଷକାମ ଉପରେ ନିର୍ଭର କରନ୍ତି । ଏହା ସହିତ ହଜାର ହଜାର ବସ୍ତ୍ର ବୁଣାକାର ଲୁଗାବୁଣି ନିଜ ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଦେଶର ଆର୍ଥିକ ମାନ୍ଦାବସ୍ଥା ସେମାନଙ୍କ ଭାତ ହାଣ୍ଡିରେ ଲାତ ମାରିଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲୁଗାବୁଣାର କଞ୍ଚାମାଲର ଦର ବୃଦ୍ଧି ପାଇଛି । ଫଳରେ ଲୁଗାଦାମ ମଧ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି ସେମାନେ । ସେପଟେ ଆକାଶ ଛୁଆଁ ଲୁଗା ଦର କିଣିବାକୁ ନାରାଜ ହେଉଛନ୍ତି ସାଧାରଣ ଲୋକେ । ତେବେ ଲୁଗା ବିକ୍ରି ମାନ୍ଦା ହୋଇଯାଇଥିବାରୁ ଦୋକାନ ମାଲିକ ମାନେ ଆଉ ଲୁଗା ବୁଣିବାକୁ ଦେଉନାହାନ୍ତି |

ସେପଟେ କୃଷି କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଦର ବୃଦ୍ଧି ଯୋଗୁଁ ସାର, କୀଟନାଶକ ଓ ବିଭିନ୍ନ ଚାଷ ଉପକରଣ ଜନ୍ତ୍ରପାତି ସହଜରେ ମିଳିପାରୁନାହିଁ | କୃଷି ଜାତୀୟ ଉପକରଣର ବଜାରରେ ଅଭାବ ଦେଖାଦେଇଛି | ଏପରି ସ୍ଥିତିରେ କେତେକ କଳାବଜାରୀ ଏବଂ ଠକ କମ୍ପାନୀ ମାନେ ଚାଷୀଙ୍କୁ ଲୁଟିବା ସହିତ ସେମାନଙ୍କର ଫାଇଦା ଉଠାଉଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଦେଶ ଆର୍ଥିକ ମାନ୍ଦାବସ୍ତାରେ ଗତିକରୁଥିବା ବେଳେ ବହୁ ଶିଳ୍ପ ଅନୁଷ୍ଠାନ ଓ କଳକାରଖାନା ଗୁଡିକ ଏବେ ବନ୍ଦ ହେବାଉପରେ ରହିଛି | ବଡ ବଡ କମ୍ପାନୀ ମାନଙ୍କରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯାଉଛି ତ ଆଉ କେଉଁ କମ୍ପାନୀ ସମ୍ପୂର୍ଣ ବନ୍ଦ ହୋଇଯାଇଛି | ଏପରି ପରିସ୍ଥିତିରେ ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାରେ ମଧ୍ୟ କୃଷି ଓ ବୁଣାକାର ମାନଙ୍କ ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି |
Body: ଦେଶର ଆର୍ଥିକ ମାନ୍ଦା ଅବସ୍ତା ଅଟୋମୋବାଇଲ ସେକ୍ଟର ଠାରୁ ଆରମ୍ଭ କରି ଟେକ୍ସଟାଇଲ ମାର୍କେଟ ରେ ସୁନାମୀ ଆଣିଦେଇଥିବା ବେଳେ ଏହାର ପ୍ରଭାବ ବରଗଡ ଜିଲ୍ଲାରେ ପଡିଛି | ବରଗଡ ଜିଲ୍ଲାରେ ମୁଖ୍ୟତଃ ୭୦ % ଲୋକେ ପରିବାର ପୋଷଣ ପାଇଁ ଚାଷକାମ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ହଜାର ହଜାର ସମ୍ବଲପୁରୀ ବସ୍ତ୍ର ବୁଣାକାର ପରିବାର ରହିଛନ୍ତି | ବରଗଡ ଜିଲ୍ଲାରେ ବହୁ ବୁଣାକାର ପରିବାର ଲୁଗାବୁଣି ଆତ୍ମନିର୍ଭରଶୀଳ ହୋଇ ଗୁଜୁରାଣ ମେଣ୍ଟାଉଥିବା ବେଳେ ଏବେ କିନ୍ତୁ ଦେଶର ଆର୍ଥିକ ମାନ୍ଦାବସ୍ତା ଯୋଗୁଁ ବହୁ ଅସୁବିଧାରେ ଚଳୁଛି ବୁଣାକାର | ଗୋଟେ ପଟେ GST ର ମାଡ ଓ ଅନ୍ୟପଟେ ଆର୍ଥିକ ମାନ୍ଦାବସ୍ତା | ଫଳରେ ଆକାଶଛୁଆ ଲୁଗାଦର କିଣିବାକୁ ନାରାଜ ସାଧାରଣ ଲୋକେ ଏବଂ ଖାଲି ପଡିଛି ବଜାର | ଏପରି ପରିସ୍ଥିତିରେ ବିକ୍ରି ହେଉନାହିଁ ବୁଣାକାରଙ୍କ ବସ୍ତ୍ର ଏବଂ ହାତବନ୍ଧି ବସିଛନ୍ତି ବୁଣାକାର ପରିବାର |ଲୁଗା ବିକ୍ରି ମାନ୍ଦା ହୋଇଯାଇଥିବାରୁ ଦୋକାନ ମାଲିକ ମାନେ ଆଉ ଦେଉନାହାନ୍ତି ଲୁଗା ବୁଣିବାକୁ |
ସେହିପରି କୃଷି କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି କୃଶକ କୁ ମଧ୍ୟ ପ୍ରଭାବିତ କରିଛି ଦେଶର ଆର୍ଥିକ ମାନ୍ଦାବସ୍ତା | ସାର, କୀଟନାଶକ ଓ ବିଭିନ୍ନ ଚାଷ ଉପକରଣ ଜନ୍ତ୍ରପାତି ସହଜରେ ମିଳିପାରୁନାହିଂ | ବଜାରରେ ଅଭାବ ଦେଖାଦେଇଛି କୃଷି ଜାତୀୟ ଉପକରଣ | ଏପରି ପରିସ୍ଥିତିରେ ବଢିଚାଲିଛି କଳାବଜାରୀ ଏବଂ ଚାଷୀଙ୍କୁ ଲୁଟିବା ସହିତ ଫାଇଦା ଉଠାଉଛନ୍ତି ଠକ କମ୍ପାନୀ ମାନେ | ତେବେ ଦେଶରେ ଏପରି ଅବସ୍ତା ଲାଗିରହିଲେ ଭାଙ୍ଗିଯିବ ଓଡିଶାର ଭାତହାଣ୍ଡି ଏବଂ ବୁଣାକାର ପରିବାରଙ୍କ କୌଳିକ ବୃତ୍ତି |
ବାଇଟ 1- ରାମକୃଷ୍ଣ ମେହେର ( ରାଷ୍ଟ୍ରପତି ପୁରସ୍କୃତ ତନ୍ତି )
ବାଇଟ 2- ଲିଙ୍ଗରାଜ ପଧାନ ( ଚାଷୀ ନେତା )
Ready to Air
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.