ETV Bharat / state

କୋରୋନା ମାଡରେ ଦୋହଲିଗଲା ଓଡିଶାର ଭାତହାଣ୍ଡି

author img

By

Published : Apr 5, 2020, 6:08 PM IST

Updated : Apr 5, 2020, 6:28 PM IST

କୋରୋନା କଷ୍ଟ ବଢାଇ ଦେଇଛି ବରଗଡ ଚାଷୀଙ୍କ ଦୁଃଖ । ମହାମାରୀ କୋରୋନା ପାଇଁ ସାରା ଦେଶ ଲକଡାଉନ ହୋଇଛି । ଯାହା ରାଜ୍ୟର କୃଷି କ୍ଷେତ୍ରକୁ ମଧ୍ୟ ବେଶ ପ୍ରଭାବିତ କରିଛି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡର ଧାନ ଓ ପରିବା ଚାଷୀଙ୍କ ଅବସ୍ଥା ଏବେ ସାଂଘାତିକ। ଅଧିକ ପଢନ୍ତୁ...

Bargarh farmers
ବରଗଡ ଚାଷୀଙ୍କ ପାଇଁ ଦୁଃଖ ଆଣିଲା କୋରୋନା

ବରଗଡ: ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ 21 ଦିନର ଲକଡାଉନ ଜାରି ରହିଛି । ଏହି ଲକଡାଉନ ଯୋଗୁଁ ରାଜ୍ୟରେ ମଧ୍ୟ ସମସ୍ତ ବ୍ୟବସାୟ ଠପ ହୋଇପଡିଛି ଏବଂ ରାସ୍ତାଘାଟ ମଧ୍ୟ ଶୂନଶାନ ହୋଇପଡିଛି । ଯାହା ଏବେ ରାଜ୍ୟର କୃଷି କ୍ଷେତ୍ରକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରିଛି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି କୋରୋନା ।

କୋରୋନା ମାଡରେ ଦୋହଲିଗଲା ଓଡିଶାର ଭାତହାଣ୍ଡି

ବରଗଡରେ ଉଭୟ ଧାନ ଚାଷୀ ଏବଂ ପରିବା ଚାଷୀଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରକୁ ଶହଶହ ଟନ ପନିପରିବା ରପ୍ତାନୀ କରୁଥିବା ବରଗଡର ଚାଷୀଙ୍କ ବିଲରେ ଆଜି ଖତଖାଉଛି ପନିପରିବା । ଲକଡାଉନ କାରଣରୁ ପନିପରିବା ବିକ୍ରି ନହେବାରୁ ଖୁବକମ ଦରରେ ଚାଷୀକୁ ତାର ତାର ଉତ୍ପାଦିତ ଫସଲ ବାଧ୍ୟ ହୋଇ କ୍ଷତିରେ ବିକ୍ରି କରିବାକୁ ପଡୁଛି ।

ଅନ୍ୟପଟେ ରବିଫସଲର ଧାନଚାଷୀଙ୍କୁ ବଜାରରେ ନା ମିଳୁଛି ସାର ଓ କୀଟନାଶକ ନା ମିଲୁଛନ୍ତି କାମ ପାଇଁ ଶ୍ରମିକ | ଫଳରେ ଧାନ ଚାଷରେ ମଧ୍ୟ ପୋକଜୋକ ଲାଗିସାରିଲେଣି ଏବଂ ଫସଲ ନଷ୍ଟ ହେବାକୁ ଲାଗିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଭାତହାଣ୍ଡିର ଚାଷୀ । ଲକଡାଉନ ଯୋଗୁଁ ରାଜ୍ୟ ସରକାର ସମସ୍ତ ଗରିବ ଓ ଦିନ ମଜୁରିଆ ମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି ।

ମାତ୍ର ଚାଷୀ ମାନଙ୍କ ପାଇଁ ସରକାର କୌଣସି ପ୍ରକାରର ସୁବିଧା ଯୋଗେଇ ଦେଇନଥିବା ଅଭିଯୋଗ ହୋଇଛି । ଚାଷୀ ତା ନିଜ ପରିବାର ସହିତ ଗାଈଗୋରୁ ମାନଙ୍କ ଖାଇବାର ଦାଇତ୍ଵ ମଧ୍ୟ ରହିଥିବା ବେଳେ ବଜାରରେ ଗାଈଗୋରୁଙ୍କ ପାଇଁ ଦାନା ଓ ଚାରା ମିଳୁନାହିଁ ।

ଗୋଟେପଟେ ଚାଷୀ ହାତରେ ଏବେ ଟଙ୍କାଟିଏ ମଧ୍ୟ ନଥିବାବେଳେ ପାଳିତ ଗାଈଗୋରୁଙ୍କୁ ବଞ୍ଚାଇବା ପାଇଁ ଏବଂ ନିଜର ପରିବାର ପୋଷଣ ପାଇଁ କ୍ଷତିରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛି । କିନ୍ତୁ ସରକାର ଗାଈଗୋରୁଙ୍କ ପାଇଁ ଚାରାର ବ୍ୟବସ୍ଥା କରି ନଥିବା ବେଳେ ଚାଷୀ ପରିବାର କିପରି ନିଜ କାମ ଧନ୍ଦା ଚଳାଇ ରଖିବେ ସେନେଇ କୌଣସି ସୁବିଧା କରିନାହାନ୍ତି ।

ଚାଷୀଙ୍କ ଫସଲ ନଷ୍ଟ ହୋଇଯାଉଥିବାରୁ ସାର ଓ କୀଟନାଶକ ଦୋକାନ ଗୁଡିକୁ ଲକଡାଉନ ସମୟରେ ଖୋଲା କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଦେଲେ ସତ, କିନ୍ତୁ ଚାଷୀ ବଜାରକୁ କିଣିବାକୁ ଆସିଲେ ପୋଲିସରୁ ପ୍ରବଳ ମାଡ ଖାଇବାକୁ ପଡୁଛି । ଚାଷୀ ଘରୁ ପଦାକୁ ଗୋଡ଼ କାଢିଲେ ଲକଡାଉନ ନିୟମ ଉଲଂଘନ ନାମରେ ଥାନାରେ ବସିବାକୁ ପଡୁଛି । ଏପରି ପରିସ୍ଥିତିରେ ଚାଷୀମାନଙ୍କୁ ପାସ ଯୋଗେଇ ଦେବାକୁ ମଧ୍ୟ ଦାବି କରିଛନ୍ତି ଚାଷୀ ।

ଅନ୍ୟପଟେ ପନିପରିବା ରପ୍ତାନି ବନ୍ଦ କାରଣରୁ ବରଗଡ ବଜାରରେ ଚାଷୀଙ୍କ ପ୍ରଚୁର ପନିପରିବା ଗଚ୍ଛିତ ରହିଥିବା ବେଳେ ଲକଡାଉନ ଯୋଗୁଁ ପରିବା ବଜାରକୁ ସକାଳ ୧୦ ଟାରେ ବନ୍ଦ କରିଦିଆଯାଉଛି । ଯାହା ଫଳରେ ବେପାରୀ ମାନେ ମଧ୍ୟ ଚାଷୀଙ୍କ ପନିପରିବା ଅଧିକ କ୍ରୟ କରୁନାହାନ୍ତି ।

ନାଁ ମରୁଡି , ନାଁ ବନ୍ୟା ନାଁ ହୋଇଛି ଅଦିନିଆଁ ବର୍ଷା , ତଥାପି ମଧ୍ୟ ଭାତହାଣ୍ଡିର ଚାଷୀ କୁଳ ଆଜି ହତାଶ ହୋଇପଡିଛନ୍ତି । କୋରୋନା ମହାମାରୀ ଯେ ବରଗଡର କୃଷିକ୍ଷେତ୍ରକୁ ଦୋହଲାଇ ଦେବ ତାହା କେହି ବି କଳ୍ପନା କରିନଥିବେ ।

ବରଗଡରୁ ରାଜେଶ ସରାପଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2020, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.