ETV Bharat / state

ମାଳ ମାଳ ଯୋଜନା ଆଗରେ ଅସହାୟ ଚାଷୀକୂଳ

author img

By

Published : Dec 13, 2019, 8:55 AM IST

ଚଳିତ ବର୍ଷ ଧାନ ସଂଗ୍ରହ କରିବା ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ନୂତନ ନିୟମ ଚାଷୀ କୂଳକୁ ନିରାଶ କରିବା ସହ ସମସ୍ୟାରେ ପକାଇଛି। ଅଧିକ ପଢନ୍ତୁ...

bargarh farmers facing problems, bargarh latest farmer news, bargarh latest news, ବରଗଡ ଲାଟେଷ୍ଟ ନ୍ୟୁଜ, ବରଗଡ ଚାଷୀ ଖବର, ବରଗଡରେ ଚାଷୀ ହନ୍ତସନ୍ତ
ମାଳ ମାଳ ଯୋଜନା ଆଗରେ ଅସହାୟ ଚାଷୀକୂଳ

ବରଗଡ: ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ନୂତନ ନିୟମ ଚାଷୀ କୂଳକୁ ନିରାଶ କରିବା ସହ ଅସୁବିଧାରେ ପକାଇଛି। ଗୋଟିଏ ପଟେ ଟୋକନ ବ୍ୟବସ୍ଥାରେ ଅନିୟମିତତା ତ ଅନ୍ୟପଟେ ଆଖି ସ୍କାନ କରିବାର ନିୟମ ଯୋଗୁଁ ବରଗଡ ଜିଲ୍ଲାର ଚାଷୀ ମଣ୍ଡିରେ ମଧ୍ୟ ନିଜର ଧାନ ବିକ୍ରି କରିବାରେ ଅସମର୍ଥ ହୋଇଛି। ଫଳରେ ବାଧ୍ୟ ହୋଇ କମ ଦାମରେ ବେପାରୀଙ୍କୁ ଧାନ ବିକ୍ରି କରୁଛି।

ମାଳ ମାଳ ଯୋଜନା ଆଗରେ ଅସହାୟ ଚାଷୀକୂଳ

ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀ ଏବେ ନିଜର ଉପାର୍ଜିତ ଧାନ ବିକ୍ରି କରିବାରେ ଅସମର୍ଥ ହୋଇପଡିଛି। ସରକାରଙ୍କ ଟୋକନ ସିଷ୍ଟମ ଯୋଗୁଁ ଧାନ ଅମଳ କରି ସାରିଥିବା ଚାଷୀ ନିଜ ଧାନକୁ ଘରେ ରଖି ଟୋକନର ଅପେକ୍ଷାରେ ଅନାଇ ବସିଥିବା ବେଳେ ଟୋକନ ଆସିଥିବା ଚାଷୀଙ୍କ ଧାନ ଅମଳ ହୋଇନାହିଁ। ଫଳରେ ବହୁ ଚାଷୀ ଧାନ ବିକ୍ରି କରି ନପାରି ବାଧ୍ୟ ହୋଇ ବେପାରୀଙ୍କୁ କମ ଦାମରେ ଧାନ ବିକ୍ରି କରୁଛନ୍ତି।

ଅନ୍ୟପଟେ ଟୋକନ ପାଇ ମଣ୍ଡିରେ ଧାନ ପକାଇଥିଲେ ମଧ୍ୟ ଚାଷୀ ନିଜର ଆଖିକୁ ସ୍କାନ କରିବାକୁ ବାଧ୍ୟ ହେଉଛି ଏବଂ ଏହି ଆଖି ସ୍କାନ କରିବାର ପ୍ରକ୍ରିୟାରେ ବହୁ ଅନିୟମିତତା ଦେଖାଦେଇଛି । କେତେବେଳେ ଇଣ୍ଟରନେଟ ଫେଲ ହେଉଛି ତ ଆଉ କେତେବେଳେ ସଫ୍ଟୱେୟାର ସମସ୍ୟା ଓ ଲିଙ୍କ ଫେଲ ହେବାରୁ ବାରମ୍ବାର ଚାଷୀଙ୍କୁ ଫେରିବାକୁ ପଡୁଛି। ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତି କରୁଥିବା ସମୟରେ ନିଜ କାମ ଛାଡି ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ବାରମ୍ବାର ଚାଷୀକୁ ଦୌଡିବାକୁ ପଡ଼ୁଛି। ଏପରି ଅବ୍ୟବସ୍ଥା ଭିତରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ 500ରୁ 600 ଟଙ୍କା କମ ମୂଲ୍ୟରେ ଦେବାକୁ ବାଧ୍ୟ ହେଉଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଚଳିତ ଖରିଫ ଫସଲର ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ନୂତନ ନିୟମ ଚାଷୀ କୂଳକୁ ନିରାଶ କେଇବା ସହିତ ବହୁ ହାଇରାଣରେ ପକାଇଛି । ଗୋଟେ ପଟେ ଟୋକନ ବ୍ୟବସ୍ଥାର ଅନିୟମିତତା ତ ଅନ୍ୟପଟେ ଆଖି ସ୍କାନ କରିବାର ଝନଝଟ ଯୋଗୁଁ ବରଗଡ଼ ଜିଲ୍ଲାର ଚାଷୀ ମଣ୍ଡିରେ ମଧ୍ୟ ନିଜର ଧାନ ବିକ୍ରିକରିବାରେ ଅସମର୍ଥ ହେଉଛନ୍ତି ଏବଂ ବାଧ୍ୟ ହୋଇ କମ ଦାମରେ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

Body:ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଚାଷୀ ଏବେ ନିଜର ଉପାର୍ଜିତ ଧାନ ବିକ୍ରି କରିବାରେ ଅସମର୍ଥ ହୋଇପଡ଼ିଛି । ସରକାରଙ୍କ ଟୋକନ ସିଷ୍ଟମ ଯୋଗୁଁ ଧାନ ଅମଳ କରିସାରିଥିବା ଚାଷୀ ନିଜ ଧାନକୁ ଘରେ ରଖି ଟୋକନର ଅପେକ୍ଷାରେ ଅନାଇ ବସିଥିବା ବେଳେ ଟୋକନ ଆସିଥିବା ଚାଷୀଙ୍କ ଧାନ ଅମଳ ହୋଇନାହିଁ ଫଳରେ ବହୁ ଚାଷୀ ଧାନ ବିକ୍ରି କରିନପାରି ବାଧ୍ୟ ହୋଇ ବେପାରୀ ମାନଙ୍କୁ କମ ଦାମରେ ଧାନ ବିକ୍ରିକରୁଛି ।
ଅନ୍ୟପଟେ ଟୋକନ ପାଇ ମଣ୍ଡିରେ ଧାନ ପକାଇଥିଲେ ମଧ୍ୟ ଚାଷୀ ନିଜର ଆଖି କୁ ସ୍କାନ କରିବାକୁ ବାଧ୍ୟ ହେଉଛି ଏବଂ ଏହି ଆଖି ସ୍କାନ କରିବାର ପ୍ରକ୍ରିୟାରେ ବହୁ ଅନିୟମିତତା ଦେଖାଦେଇଛି । କେତେବେଳେ ନେଟ ଫେଲ ହେଉଛି ତ ଆଉକେତେବେଳେ ସଫ୍ଟୱେର ପ୍ରୋବ୍ଲେମ ଓ ଲିଙ୍କ ଫେଲ ହେବାରୁ ବାରମ୍ବାର ଚାଷୀ ମାନଙ୍କୁ ଫେରିବାକୁ ପଡୁଛି । ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତି କରୁଥିବା ସମୟରେ ନିଜ କାମଧନ୍ଦା ଛାଡ଼ି ମଣ୍ଡିକୁ ଧାନ ବିକ୍ରିକରିବା ପାଇଁ ବାରମ୍ବାର ଚାଷୀକୁ ଦୌଡ଼ିବାକୁ ପଡ଼ୁଛି। ଏପରି ଅବ୍ୟବସ୍ଥା ଭିତରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ ୫୦୦ ରୁ ୬୦୦ ଟଙ୍କା କମ ମୂଲ୍ୟରେ ଦେବାକୁ ବାଧ୍ୟ ହେଉଛନ୍ତି ।

ବାଇଟ ୧- ଗଣେଶ ପଧାନ ( ମଣ୍ଡି କର୍ମଚାରୀ )
ବାଇଟ ୨- ପ୍ରଶାନ୍ତ ସାହୁ ( ଚାଷୀ )
ବାଇଟ ୩- ବିଜୟ କୁମ୍ଭାର ( ମଣ୍ଡି କର୍ମଚାରୀ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.