ETV Bharat / state

ଓଡିଶାର ଭାତ ହାଣ୍ଡିରେ କେବେ ଖୋଲିବ ଧାନ ମଣ୍ଡି ? ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ

author img

By ETV Bharat Odisha Team

Published : Nov 20, 2023, 10:48 PM IST

ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି କ୍ଷୋଭ । ଚାଷୀଙ୍କ ଖରିଫ ଫସଲ ଧାନ ଅମଳ ହୋଇସାରିଥିବା ବେଳେ ସରକାର ଆଜି ଯାଏ ମଣ୍ଡି ଗୁଡିକୁ ଖୋଲିନାହାନ୍ତି । ଯାହାଫଳରେ ଚାଷୀ ତାର ଅମଳ ଧାନ ବିକ୍ରି କରି ନପାରି ଖୋଲା ଆକାଶ ତଳେ ପକାଇ ରଖିଛି । ଅଧିକ ପଢ଼ନ୍ତୁ

ଓଡିଶାର ଭାତ ହାଣ୍ଡିରେ କେବେ ଖୋଲିବ ଧାନ ମଣ୍ଡି

ବରଗଡ଼: ଦିନକୁ ଦିନ ବଢ଼ୁଛି ଚାଷୀ ଅସନ୍ତୋଷ । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି କ୍ଷୋଭ । ଚାଷୀଙ୍କ ଖରିଫ ଫସଲ ଧାନ ଅମଳ ହୋଇସାରିଥିବା ବେଳେ ସରକାର ଆଜି ଯାଏ ମଣ୍ଡି ଗୁଡିକୁ ଖୋଲିନାହାନ୍ତି । ଯାହାଫଳରେ ଚାଷୀ ତାର ଅମଳ ଧାନ ବିକ୍ରି କରି ନପାରି ଖୋଲା ଆକାଶ ତଳେ ପକାଇ ରଖିଛି । ଯାହାକୁ ନେଇ ଆଜି ଓଡିଶା ରାଜ୍ୟ କୃଷକ ସଂଗଠନ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲା । ତେବ ତୁରନ୍ତ ମଣ୍ଡି ଖୋଲିବା ନେଇ ଅଫିସରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଗଠନ ।

ସୂଚନା ଅନୁଯାୟୀ, ଚଳିତ ଖରିଫ ଫସଲ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ଧାନ ସଂଗ୍ରହ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ । କିଛି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଜରୁରୀ ବୈଠକରେ ଚାଷୀମାନେ ଶୀଘ୍ର ଧାନ ମଣ୍ଡି ଖୋଲାଯିବାକୁ ଦାବି କରିଥିଲେ । ମାତ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଚିନ୍ତା କରିବ ବୋଲି କହିଥିଲେ ମଧ୍ୟ ତାହା ନକରି ପ୍ରଶାସନ ପକ୍ଷରୁ ଯେଉଁ ଦିନ ମଣ୍ଡି ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା ସେହି ଦିନ ପାଇଁ ଅପେକ୍ଷାରେ କରି ବସିଛି । ଅନ୍ୟପଟେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଚାଷୀଙ୍କ ଧାନ ଅମଳ ହୋଇସାରିଲାଣି । ଚାଷୀମାନେ ନିଜ କ୍ଷେତ ଖଳାରେ ଭଗବାନଙ୍କ ଭରସାରେ ଧାନ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି । ସମସ୍ତ ଚାଷୀ ଧାନ ମଣ୍ଡି କେବେ ଖୋଲିବ ତାହାର ଅପେକ୍ଷାରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ରାୟଗଡ଼ାରେ ଡିସେମ୍ବର ୨୦ରୁ ଖୋଲିବ ଧାନ ମଣ୍ଡି, ପ୍ରଥମ ପର୍ଯ୍ୟାୟରେ ୯.୫୩ ଲକ୍ଷ କ୍ବିଣ୍ଟାଲ ଧାନ କିଣା ଲକ୍ଷ୍ୟ

ଅନ୍ୟପଟେ ଚାଷୀଙ୍କୁ ଅଦିନିଆ ବର୍ଷାର ଭୟ ଘାରିଛି । ଯେଉଁ ଚାଷୀଙ୍କ ଧାନ ରଖିବା ପାଇଁ ସ୍ଥାନ ନାହିଁ ସେମାନେ ବାଧ୍ୟ ହୋଇ ମଣ୍ଡି ଖୋଲି ନଥିଲେ ମଧ୍ୟ ମଣ୍ଡିରେ ଧାନ ପକାଇ ରଖିଛନ୍ତି । ଅତାବିରା ଅଞ୍ଚଳର ଚାଷୀ ଧାନ ମଣ୍ଡି ଶୀଘ୍ର ଖୋଲାଯିବାକୁ ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଚାଷୀମାନଙ୍କର ଲୋନ ସୁଝିବାର ଅଛି । ତେଣୁ ଏଭଳି ଅବସ୍ଥାରେ ଚାଷୀ କିଭଳି ଚଳିବ ବୋଲି ସଂଗଠନ ପ୍ରଶ୍ନ କରିଛି । ଅନେକ ଚାଷୀଙ୍କ ଧାନ ପ୍ରସ୍ତୁତ ହୋଇ ସାରିଥିଲେ ମଧ୍ୟ ଧାନ ମଣ୍ଡି ଗୁଡିକୁ ନଖୋଲିବାରୁ ଚାଷୀଙ୍କ ମଧ୍ୟରେ ସମସ୍ୟା ଦେଖାଗଲାଣି । ତେବେ ଯେଉଁ ଚାଷୀଙ୍କର ଧାନ ଅମଳ ହୋଇସାରିଛି ତୁରନ୍ତ ଧାନ ମଣ୍ଡି ଖୋଲାଯାଇ ସେମାନଙ୍କ ଠାରୁ ଧାନ କିଣାଯାଉ ଏବଂ ଚାଷୀଙ୍କ ଟୋକନ ଜେନରେଟ ସହ ସମସ୍ୟାର ସମାଧାନ ପାଇଁ ସଂଗଠନ ଦାବି ରରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.