ETV Bharat / state

7 ଦଫା ପୂରଣ ଦାବିରେ ତେଜିଲା ଚାଷୀ ଆନ୍ଦୋଳନ - ପଦ୍ମପୁର ଉପଖଣ୍ଡ

କିଛି ଦିନର ନୀରବତା ପରେ 7 ଦଫା ପୂରଣ ଦାବିରେ ପୁଣି ଆରମ୍ଭ ହେଲା ଚାଷୀ ଆନ୍ଦୋଳନ । ଗୁରୁବାର ପଦ୍ମପୁର ଉପଖଣ୍ଡରେ ଏକାଠି ହେଲେ ହଜାର ହଜାର ଚାଷୀ । ଅଧିକ ପଢନ୍ତୁ...

PHOTO
ଚାଷୀ
author img

By

Published : Nov 28, 2019, 9:52 PM IST

ବରଗଡ: ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଗୁରୁବାର ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ବ୍ୟାପିଲା । ବରଗଡ ଜିଲ୍ଲା ପଦ୍ମପୁରର ସ୍ଥାନୀୟ ଗୋରୁ ବଜାରରେ ରାଜ ବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ବିରାଟ କୃଷକ ଆନ୍ଦୋଳନ ସମାବେଶ ଆରମ୍ଭ ହୋଇଛି । ହଜାର ହଜାର ଚାଷୀ ଏହି ସମାବେଶରେ ଯୋଗ ଦେଇଥିଲେ ଏବଂ 7 ଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ବିରୋଧରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ସ୍ଥାନୀୟ ଗୋରୁ ବଜାର ଠାରେ ଏକ ବିରାଟ ସଭା କରାଯାଇଥିଲା | ରାଜ ବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଏହି ସଭାରେ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକର ହଜାର ହଜାର ଚାଷୀ ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିଲେ ।

ଚାଷୀଙ୍କ ଏହି ସମାବେଶରେ ମୁଖ୍ୟ ବକ୍ତା ଭାବେ ଏସିଆନ ନୋବେଲ ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତ ରାୟ ଯୋଗଦେଇଥିଲେ । ଘରୋଇ ବୀମା କମ୍ପାନୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରକ୍ରିୟାରୁ ବାଦ ଦିଆଯାଉ, 60 ବର୍ଷର ଚାଷୀ ମାନଙ୍କୁ ୫ହଜାର ଟଙ୍କା ପେନସନ, ସ୍ବାମୀନାଥନ କମିଶନଙ୍କ ସୁପାରିଶ ମୁତାବକ ସମସ୍ତ ଉତ୍ପାଦିତ କୃଷି ଦ୍ରବ୍ୟର ଖର୍ଚ୍ଚର ଦେଢଗୁଣା MSP ରଖାଯାଉ ।

ଧାନ ବିକ୍ରି ସମୟରେ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏପରି ୭ ଦଫା ଦାବି ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ତେବେ ରାଜ୍ୟ ସରକାର ଯଥା ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଚାଷୀ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଆଜି ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ମଧ୍ୟ ବ୍ୟାପିଲା |ବରଗଡ ଜିଲ୍ଲା ପଦ୍ମପୁରର ସ୍ଥାନୀୟ ଗୋରୁ ବଜ଼ାରରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ବିରାଟ କୃଷକ ଆନ୍ଦୋଳନ ସମାବେଶ ଆରମ୍ଭ ହୋଇଛି | ହଜାର ହଜାର ଚାଷୀ ଏହି ସମାବେଶରେ ଯୋଗଦାନ ଦେଇଥିଲେ ଏବଂ 7 ଦଫା ଦାବିନେଇ ଆଜି ରାଜରାସ୍ତାକୁ ଓହଲ୍ଲାଇଥିଲେ |
Body: ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ବିରୋଧରେ ଆଜି ହଜାର ହଜାର ଚାଷୀ ଏକତ୍ରିତ ହୋଇ ସ୍ଥାନୀୟ ଗୋରୁ ବଜାର ଠାରେ ଏକ ବିରାଟ ସଭା କରାଯାଇଥିଲା | ରାଜବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଏହି ସଭା ରେ ପଦ୍ମପୁର, ପାଇକମାଳ, ଓ ଝାରବନ୍ଧ ବ୍ଲକର ହଜାର ହଜାର ଚାଷୀ ଯୋଗଦାନ ଦେଇ ଏହି ଆନ୍ଦୋଳନ କୁ ସଫଳ କରିଥିଲେ | ଚାଷୀଙ୍କ ଏହି ସମାବେଶରେ ମୁଖ୍ୟ ବକ୍ତା ଭାବେ ଏସିଆନ ନୋବେଲ ପ୍ରାପ୍ତ ଶ୍ରୀ ପ୍ରଫୁଲ୍ଲ ସାମନ୍ତ ରାୟେ ଯୋଗଦାନ ଦେଇ ସଭା କୁ ଆଗକୁ ବଢ଼ାଇ ଥିଲେ | ଘରୋଇ ବୀମା କମ୍ପାନୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ପ୍ରକ୍ରିୟାରୁ ବାଦ ଦିଆଯାଉ , 60 ବର୍ଷର ଚାଷୀ ମାନଙ୍କୁ ୫୦୦୦ ଟଙ୍କାର ପେନସନ ଦିଆଯାଉ , ସ୍ବାମୀନାଥନ କମିଶନ ଙ୍କ ସୁପାରିଶ ମୁତାବକ ସମସ୍ତ ଉତ୍ପାଦିତ କୃଷି ଦ୍ରବ୍ୟର ଖର୍ଚ୍ଚର ଦେଢଗୁଣ MSP ରଖାଯାଉ , ଧାନ ବିକ୍ରି ସମୟ ରେ ସରକାର ଲଗେଇ ଥିବା ଟୋକନ ବ୍ୟବସ୍ତା କୁ ଉଚ୍ଛେଦ କରାଯାଉ ଏପରି ୭ ଦଫା ଦାବି ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା | ତେବେ ରାଜ୍ୟ ସରକାର ଯଥା ଶୀଘ୍ର ଚାଷୀଙ୍କ ସମସ୍ୟା ର ସମାଧାନ ନକଲେ ଆଗାମୀ ଦିନ ରେ ଚାଷୀ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.