ବରଗଡ: ପଦ୍ମପୁର ଉପଜିଲ୍ଲାପାଳ ଅଫିସ ଆଗରେ ଚାଷୀଙ୍କ ଧାରଣା ବୁଧବାର ତୃତୀୟ ଦିନରେ ପହଞ୍ଚିଛି । ବରଗଡ଼ ଜିଲ୍ଲା ରାଜ ବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆନ୍ଦୋଳନ ଜାରି ରହିଛି । ଚାଷୀଙ୍କ ବୀମା କାଟିଦେଇଥିବା, ଚାଷୀଙ୍କ ବକେୟା ବିଦ୍ୟୁତ ବିଲ ଆଦାୟ କରିବା ବିରୁଦ୍ଧରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଉପଜିଲ୍ଲାପାଳ ଅଫିସର ସମସ୍ତ କାମକୁ ତିନି ଦିନ ହେଲା ଅଚଳ କରିଛନ୍ତି ଚାଷୀ ।
ତେବେ ଆଜକୁ ତିନି ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ସ୍ଥାଣୁ ପାଲଟି ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଓଡ଼ିଶା ସରକାର ବାରମ୍ବାର ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଚାଷୀମାନେ ଅଭିଯୋଗ ଆଣି ଥିବାବେଳେ ଚାଷୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏମିତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଅଚଳ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ କୃଷକ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ