ETV Bharat / state

ବୀମା କମ୍ପାନୀ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ - ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ଚାଷୀଙ୍କ ଫସଲବୀମା ନିୟମ ବିରୋଧରେ ବୀମା କମ୍ପାନୀ ଅଫିସରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବରଗଡ ଚାଷୀ । ଏହାସହ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାତ ଜଣ ଚାଷୀ ଆମରଣ ଅନଶନରେ ବସିଛନ୍ତି |

ବୀମା କମ୍ପାନୀ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ
author img

By

Published : Sep 11, 2019, 3:17 AM IST

ବରଗଡ: ଜିଲ୍ଲାର ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଚାଷୀ | ଚାଷୀଙ୍କ ଫସଲବୀମା ନିୟମ ବିରୋଧରେ ବୀମା କମ୍ପାନୀ ଅଫିସରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବରଗଡ ଚାଷୀ । ଏହାସହ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାତ ଜଣ ଚାଷୀ ଆମରଣ ଅନଶନରେ ବସିଛନ୍ତି |

ବୀମା କମ୍ପାନୀ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ଫସଲ ବୀମାକୁ ନେଇ ଆନ୍ଦୋଳନ ପୁଣି ତେଜିଛି । ବୀମା କମ୍ପାନୀର ନୂତନ ନିୟମକୁ ଚାଷୀମାନେ ବିରୋଧ କରି ବାରମ୍ବାର ସରକାରଙ୍କ ପାଖେର ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ବଦଳରେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛି | ଏହାର ପ୍ରତିବାଦରେ ଜିଲ୍ଲା ଚାଷୀ ସଙ୍ଗଠନ ସ୍ଥାନୀୟ ନିଶାମଣି ପଡିଆଠାରୁ ହଜାର ହଜାର ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଓରିଏଣ୍ଟାଲ ଇନସୁରାନ୍ସ ଓ ନେସନାଲ ଇନସୁରାନ୍ସ କମ୍ପାନୀକୁ ଯାଇ ସେଠାରେ ତାଲା ପକାଇଥିଲେ |

ଏହାସହ ଏମ୍‌ଏନ୍‌ସିଏଫ୍‌ସି(MNCFC) ରିପୋର୍ଟକୁ ନୁହେଁ ସରକାରଙ୍କ ରିପୋର୍ଟକୁ ମଧ୍ୟ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଥିଲେ ।

ଜିଲ୍ଲା ଚାଷୀ ସଙ୍ଗଠନ ସମନ୍ବୟ ସମିତିର ସଭାପତି ଜୟକୃଷ୍ଣ ସାହୁ ସମେତ ସଦାନନ୍ଦ ପୂଜାରୀ, ରବୀନ୍ଦ୍ର ବିଶି, ଗୌରହରି ମିଶ୍ର ପ୍ରମୁଖ ଚାଷୀ ନେତା ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିସହ ଚାଷୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସାତ ଜଣ ଚାଷୀ ଆମରଣ ଅନଶନରେ ବସି ରହିବେ ବୋଲି ଚେତାବନି ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡର ରାଜରାସ୍ତାରେ ଗରଜିଲେ ହଜାର ହଜାର ଚାଷୀ | ଚାଷୀଙ୍କ ଫସଲବୀମା ନିୟମ ବିରୋଧରେ ବୀମା କମ୍ପାନୀ ଅଫିସରେ ଚାଷୀ ମାନେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ବରଗଡ ଜିଲ୍ଲାପାଳଙ୍କ ସମ୍ମୁଖରେ ସାତ ଜଣ ଚାଷୀ ଆମରଣ ଅନଶନରେ ବସିଛନ୍ତି |
Body:ବରଗଡ଼ ଜିଲାରେ ଫସଲ ବୀମାକୁ ନେଇ ଆନ୍ଦୋଳନ ପୁଣି ତେଜି ଉଠିଛି । ବୀମା କମ୍ପାନୀର ନୂତନ ନିୟମ କୁ ଚାଷୀ ମାନେ ବିରୋଧ କରି ବାରମ୍ବାର ସରକାରଙ୍କ ଠାରେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ବଦଳରେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛି | ଏହାର ପ୍ରତିବାଦରେ ଜିଲା ଚାଷୀ ସଂଗଠନ ସ୍ଥାନୀୟ ନିଶାମଣି ପଡିଆ ଠାରୁ ହଜାର ହଜାର ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଓରିଏଣ୍ଟାଲ ଇନସୁରେନ୍ସ ଓ ନେସନାଲ ଇନସୁରେନ୍ସ କମ୍ପାନୀ କୁ ଯାଇ ସେଠାରେ ତାଲା ପକାଇଥିଲେ | କେବଳ MNCFC ରିପୋର୍ଟ କୁ ନୁହେଁ ସରକାରଙ୍କ ରିପୋର୍ଟକୁ ମଧ୍ୟ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲାପାଳ ଅଫିସ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲା ଚାଷୀ ସଂଗଠନ ସମନ୍ବୟ ସମିତିର ସଭାପତି ଜୟକୃଷ୍ଣ ସାହୁ ସମେତ ସଦାନନ୍ଦ ପୂଜାରୀ, ରବୀନ୍ଦ୍ର ବିଶି, ଗୌରହରି ମିଶ୍ର ପ୍ରମୁଖ ଚାଷୀନେତା ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଚାଷୀ ମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ସାତ ଜଣ ଚାଷୀ

Ready to airConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.