ETV Bharat / state

ଚାଷକୁ ନେଇ ଚିନ୍ତାରେ ବରଗଡର ଚାଷୀ - FARMER FACE PROBLEM IN BARGARH

ବରଗଡରେ ବହୁ ଚାଷୀଙ୍କ ଗତ ରବି ଫସଲର ଧାନ ବିକ୍ରି ନହୋଇ ଘରେ ଏବଂ ଧାନ ମଣ୍ଡିରେ ପଡିଥିବା ବେଳେ ସରକାର ଚାଷୀଙ୍କ ଟୋକନ ଫେରାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ଚାଷକୁ ନେଇ ଚିନ୍ତାରେ ବରଗଡ ଜିଲ୍ଲାର ଚାଷୀ
ଚାଷକୁ ନେଇ ଚିନ୍ତାରେ ବରଗଡ ଜିଲ୍ଲାର ଚାଷୀ
author img

By

Published : Jul 1, 2020, 8:13 PM IST

ବରଗଡ: ଜିଲ୍ଲାର ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ବହୁ କଷ୍ଟରେ ଉପାର୍ଜିତ ଧାନ ମଧ୍ୟ ବିକ୍ରି କରିବା ଏବେ ଚାଷୀଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର ହେବାକୁ ବସିଲାଣି । ଫଳରେ ଚାଷୀ ଆଉ ଆଗକୁ ଚାଷ କାମ କରିବେ ନାଁ ନାହି ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ଚାଷୀ ତାର ଅଧିକାର ପାଇଁ ଆନ୍ଦୋଳନ କଲେ ଜେଲ ଯିବାକୁ ପଡୁଛି ।

ବରଗଡରେ ବହୁ ଚାଷୀଙ୍କ ଗତ ରବି ଫସଲର ଧାନ ବିକ୍ରି ନହୋଇ ଘରେ ଏବଂ ଧାନ ମଣ୍ଡିରେ ପଡିଥିବା ବେଳେ ସରକାର ଚାଷୀଙ୍କ ଟୋକନ ଫେରାଇ ଦେଇଛନ୍ତି । ଫଳରେ ଚାଷୀ ଅତାବିରାଠାରେ ଆନ୍ଦୋଳନ କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା । ଓଲଟା ପୋଲିସ ସେମାନଙ୍କୁ ଗିରଫ କରି ନେଇଯାଇଥିଲା ।

ତେବେ ବୁଧବାର ବରଗଡରେ ଚାଷୀଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଅସନ୍ତୋଷ ଦେଖାଯାଇଥିଲା । ଅନ୍ୟପଟେ ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଭେଟି ଚାଷୀଙ୍କ ସମସ୍ୟା ଦୂର କରାଯାଉ ନଚେତ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.