ETV Bharat / state

ଭାତହାଣ୍ଡିରେ ମରୁଡ଼ି ସ୍ଥିତି ! ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ - ବରଗଡ଼ ଚାଷୀଙ୍କ ମୁଣ୍ଡରେ ଚଡକ

ବରଗଡ଼ ଚାଷୀଙ୍କ ମୁଣ୍ଡରେ ଚଡକ । ଅଭାବୀ ବର୍ଷା ପାଇଁ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି । ଅଧିକ ପଢନ୍ତୁ

ବରଗଡ଼ ଚାଷୀଙ୍କ ମୁଣ୍ଡରେ ଚଡକ, ଦାଉ ସାଧୁଛି ବର୍ଷା

author img

By ETV Bharat Odisha Team

Published : Aug 30, 2023, 10:43 AM IST

ଭାତହାଣ୍ଡିରେ ମରୁଡ଼ି ସ୍ଥିତି !

ବରଗଡ଼: ପୁଣି ସମସ୍ୟା ଘେରରେ ବରଗଡ଼ ଚାଷୀ । ଗୋଟେ ପରେ ଗୋଟେ ସମସ୍ୟା ଦେଇ ଗତି କରୁଛନ୍ତି ଚାଷୀ କୂଳ । କେତେବେଳେ ସାର କଳାବଜାରୀ ତ ଆଉ କେତେବେଳେ ଧାନର ଅଭାବୀ ବିକ୍ରି । ଆଉ କେତେବେଳେ ରୋଗ ପୋକ ସମସ୍ୟା । ଚଳିତ ବର୍ଷ ବରଗଡରେ କମ ବୃଷ୍ଟିପାତ କାରଣରୁ ଏଥର ଚାଷୀଙ୍କୁ ଘାରିଲାଣି ଚିନ୍ତା । ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିମାଣଠାରୁ କମ୍‌ ବୃଷ୍ଟିପାତ ହୋଇଛି । ଫଳରେ ଜିଲ୍ଲାରେ ପୁଣି ମରୁଡ଼ି ଆଶଙ୍କା ପ୍ରକାଶ ପାଇଛି । ଏଭଳି ଆଶଙ୍କା କରି ଜିଲ୍ଲାର ବାରପାହାଡ଼ କୃଷକ ସଙ୍ଗଠନ ବରଗଡ ଜିଲ୍ଲାପାଳ ଅଫିସକୁ ଆସି ପ୍ରଶାସନକୁ ଗୁହାରି କରିଛନ୍ତି । ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଚାଷୀ ସଂଗଠନର ସ୍ମାରକପତ୍ରକୁ ଗ୍ରହଣ କରିଥିଲେ ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋଟିଏ ପାର୍ଶ୍ୱ ଜଙ୍ଗଲ ପାହାଡ଼ ଘେରା ହୋଇଥିବାବେଳେ ଅନ୍ୟପଟେ ମହାନଦୀ, ହୀରାକୁଦ ଜଳଭଣ୍ଡାର ରହିଛି । କିନ୍ତୁ ଏହି ବ୍ଲକ ଅଞ୍ଚଳର ଚାଷଜମିକୁ ଜଳଭଣ୍ଡାର ପାଣି ମାଡ଼ୁ ନଥିବାବେଳେ ଅଭଯୋଗ କରିଛନ୍ତି ଚାଷୀ । ଫଳରେ କମ୍ ବର୍ଷା ଓ ପାଣି ଅଭାବ କାରଣରୁ ପ୍ରତି ଦୁଇ ତିନି ବର୍ଷ ବ୍ୟବଧାନରେ ମରୁଡ଼ି ହେଉଛି । ୨୦୨୧ ଖରିଫ ଋତୁରେ ଉକ୍ତ ବ୍ଲକ ସମ୍ପୂର୍ଣ୍ଣ ମରୁଡ଼ି ପ୍ରଭାବିତ ହୋଇଥିଲା । କିନ୍ତୁ ଚାଷୀମାନଙ୍କୁ ମରୁଡ଼ି କିମ୍ବା ଫସଲ ବୀମା ସହାୟତା ମିଳି ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏଥର ମଧ୍ୟ ପାଣିପାଗକୁ ଭରସା କରି ସେମାନେ ଚାଷକାର୍ଯ୍ୟ କରିଥିବାବେଳେ ଅଭାବୀ ବର୍ଷା ଚିନ୍ତାର କାରଣ ସାଜିଛି । ଏଭଳି ସ୍ଥିତିରେ ଚାଷୀମାନେ ଫସଲ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜମିକୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ କୃଷକ ସଙ୍ଗଠନ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛି । କେବଳ ସେତିକି ନୁହେଁ ବିଦ୍ୟୁତ ଯୋଗାଣ ନିରବଚ୍ଛିନ୍ନ ଭାବେ ଯୋଗାଇବା ସହିତ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକୁ ସଚଳ କରାଯିବା ପାଇଁ ଦାବି କରାଯାଇଛି ।

ଅଧିକ ପଢନ୍ତୁ.. ସମବାୟ ସମିତିରେ ଋଣ ଅର୍ଥ ହେରଫେର, ଜିଲ୍ଲାପାଳଙ୍କୁ ଗୁହାରି କଲେ ଚାଷୀ

ସୂଚନା ଅନୁଯାୟୀ, ଜୁନ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୦୫.୬ ମି.ମି ଥିବାବେଳେ ମାତ୍ର ୧୮୮ ମି.ମି ବୃଷ୍ଟିପାତ ହୋଇଛି । ସେହିପରି ଜୁଲାଇରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୯୭.୨ ମି.ମି । ହେଲେ ଏହି ମାସରେ ଜିଲାରେ ୨୯୮ ମି.ମି ବୃଷ୍ଟିପାତ ହୋଇଛି । ଅଗଷ୍ଟ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୭୪.୪ମି.ମି ହୋଇଥିବାବେଳେ ଚଳିତ ମାସ ଏପର୍ଯ୍ୟନ୍ତ ୨୦୧ ମି.ମି ବୃଷ୍ଟିପାତ ହୋଇଛି ଯାହାକି ଅଗଷ୍ଟ ମାସରେ 40 ପ୍ରତିଶତ କମ ବର୍ଷା ରହି ରେକର୍ଡ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.