ETV Bharat / state

ବିଫଳ ହେଲା ଆଲୋଚନା, ବନ୍ଧା ହେଲେ ଚାଷୀ

author img

By

Published : Dec 6, 2020, 7:32 AM IST

ବିଫଳ ହେଲା ଚାଷୀଙ୍କ ସହ ପ୍ରଶାସନର ଆଲୋଚନା । ଶେଷରେ ଚାଷୀଙ୍କୁ ଗିରଫ କଲା ବରଗଡ ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ...

ବନ୍ଧା ହେଲେ ଚାଷୀ
ବନ୍ଧା ହେଲେ ଚାଷୀ

ବରଗଡ: ଫିଟିଲା ନାହିଁ ସମାଧାନର ବାଟ । ବିଫଳ ହେଲା ଚାଷୀଙ୍କ ସହ ପ୍ରଶାସନର ଆଲୋଚନା । ଶେଷରେ ଭାତହାଣ୍ଡିର ଚାଷୀଙ୍କୁ ଗିରଫ କଲା ବରଗଡ ଜିଲ୍ଲା ପୋଲିସ |

ବନ୍ଧା ହେଲେ ଚାଷୀ

ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ ସମ୍ମୁଖରେ ଶନିବାର ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ କୃଷକଙ୍କ ୪ ଦଫା ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା | ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହାନ ଅଟକି ରହିଥିଲା ।

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ କୌଣସି ନିଷ୍କର୍ଷ ନବାହାରିବାରୁ ପୋଲିସ ପକ୍ଷରୁ ଆନ୍ଦୋଳନକାରୀ ଚାଷୀ ନେତାମାନଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ବସ୍ତା ପ୍ରତି କଟନି ଛଟନି ବନ୍ଦ କରିବା, ଚାଷୀ ମାନଙ୍କ ଟୋକନ ଅବଧିକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବା, ଚାଷୀଙ୍କ ସମସ୍ତ ଧାନ କିଣିବା ସହିତ ଟୋକନ ବ୍ୟବସ୍ଥା ବନ୍ଦ କରିବା ଆଦି ଦାବି ନେଇ ଚାଲିଥିଲା ଆନ୍ଦୋଳନ |

ତେବେ ଚାଷୀ ନେତା ଲିଙ୍ଗରାଜଙ୍କ ସମେତ ରମେଶ ମହାପାତ୍ର, ହର ବଣିଆ, ଶିବ ପ୍ରସାଦ ପ୍ରଧାନ, କିଶୋର ସାହୁ, ଉତ୍ପନ୍ନ ଭୋଇ, ଲକ୍ଷ୍ମଣ ସୁନା, ଅରୁଣ କୁମାର ସାହୁ, ସୀତାରାମ ମେହେର, ବାଲ କିଶୋର ଛତର, ମହମ୍ମଦ ନିଜାମ ପ୍ରମୁଖ ଚାଷୀ ନେତାଙ୍କୁ ପୋଲିସ ଗିରଫ କରିଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.