ETV Bharat / state

'ନିର୍ବାଚଳ ଆଳରେ ସରକାରଙ୍କ ପ୍ରତିଶୃତି ପାଣି ଫୋଟକା'

ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ବିଜେଡିକୁ ଟାର୍ଗେଟ କରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ବରବଡ ଗସ୍ତରେ ଆସିଥିବା ବେଳେ ବିଭିନ୍ନ ଘୋଷଣା କରିଥିଲେ ହେଲେ ଆଜି ଯାଏ ପୂରଣ ହୋଇନି । ପୁଣି ଏଥର ଗସ୍ତରେ ଆସି ଫମ୍ପା ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Feb 23, 2019, 8:08 AM IST

ବରଗଡ: ଜିଲ୍ଲାକୁ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି କୋଟି କୋଟି ପ୍ରକଳ୍ପର ଭେଟି ଦେଇଯାଇଛନ୍ତି । କିନ୍ତୁ ଏହି ଭେଟି ଲୋକଙ୍କୁ ପ୍ରତାରଣା ସଦୃଶ୍ୟ । କାରଣ ପୂର୍ବରୁ ଏପରି କିଛି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ହେଲେ ଆଜି ଯାଏ ପୂରଣ ହୋଇପାରିଲା ନାହିଁ ଗୋଟିଏ ବି ପ୍ରତିଶ୍ରୃତି । ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଏଭଳି ଅଭିଯୋଗ ଆଣିଛି ।

ବିଜେପୁର ଉପନିର୍ବାଚନ ସମୟରେ ଠିକ ଏଥର ଭଳି କିଛି ଘୋଷଣା କରିଥିଲେ । ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବା ପାଇଁ ଘୋଷଣା କରିଥିଲେ ହେଲେ ଘୋଷଣାରେ ସୀମିତ ରହିଗଲା । ଆଉ ଏଥର କ୍ୟାନସର ହସ୍ପିଟାଲ କଲେ , ହେଲେ କେଉଁ ଆଧାରରେ ଘୋଷଣା କଲେ ତାହା ସ୍ପଷ୍ଟ କରିନାହାନ୍ତି । ଚିନି କାରଖାନା ପାଇଁ ମଧ୍ୟ ୧୧ କୋଟି ଟଙ୍କା ଘୋଷଣା କଲେ, କିନ୍ତୁ କେଉଁଠି ଆଣି ଟଙ୍କା ଦେବେ ତାହା କହିନାହାନ୍ତି ।

୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି କେବଳ ଘୋଷଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ କିନ୍ତୁ ଏଥର ଆଉ ନୁହେଁ । ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ସମ୍ବାଦିକ ସମ୍ବିଳନୀରେ କହିଛନ୍ତି ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ । ଏହି ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ବରଗଡ଼ ଜିଲ୍ଲା ବିଜେପି ସଭାପତି ଡ଼ଃ ଅରୁପା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେଶ୍ବର ଶତପଥୀ, ରବି ଦାସ, ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।

undefined

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.