ETV Bharat / state

ଇଭିଏମ ତ୍ରୁଟି, ନିଲମ୍ବିତ ହେଲେ 6 ନିର୍ବାଚନ ଅଧିକାରୀ - ଇଭିଏମ

ବରଗଡରେ ନିର୍ବାଚନ ସମୟରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ । ଇଭିଏମ ମେସିନ ଖରାପ ଯୋଗୁଁ ଅନ୍ୟ ମେସିନକୁ ଭୁଲ ସଂଯୋଗୀକରଣ କରାଯାଇଥିବା କାରଣରୁ ମେସିନ ଗୁଡ଼ିକରେ ତ୍ରୁଟି ଦେଖାଯାଇଥିଲା । ଯେଉଁଥିପାଇଁ ବରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ 6 ଜଣ କର୍ମଚରୀଙ୍କୁ ନିଲମ୍ବିତ କରିଯାଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Apr 19, 2019, 5:28 PM IST

ବରଗଡ଼: ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଭିଏମ ମେସିନ ଗୁଡ଼ିକରେ ତ୍ରୁଟି ଯୋଗୁଁ ବହୁସ୍ଥାନରେ ମତସଂଗ୍ରହ କରାଯାଇ ପାରିନଥିଲା । ଯାହାକୁ ନେଇ ନିର୍ବାଚନ କମିଶନ ପକ୍ଷରୁ ବରଗଡ ଓ ଅତାବିରା ବିଧାନସଭାର ଦୁଇଟି ବୁଥରେ ସାନି ମତଦାନ କରାଯିବାର ଘୋଷଣା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଇଭିଏମ ମେସିନ ଖରାପ ହେବାପରେ ଅନ୍ୟ ମେସିନକୁ ଭୁଲ ସଂଯୋଗୀକରଣ କରାଯାଇଥିବା କାରଣରୁ ମେସିନ ଗୁଡ଼ିକରେ ତ୍ରୁଟି ଦେଖାଯାଇଥିଲା ଓ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଯେଉଁଥିପାଇଁ ଭୁବନେଶ୍ୱର ସିଇଓଙ୍କ ଆଦେଶ କ୍ରମେ ବରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ 6 ଜଣ କର୍ମଚରୀଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ନିଲମ୍ବିତ ସମସ୍ତ କର୍ମଚାରୀ ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଫିସର ଥିବା ସୂଚନା ମିଳିଛି ।

ନିଲମ୍ବିତ ଅଫିସରଙ୍କ ମଧ୍ୟରୁ ବରଗଡ଼ ବିଧାନସଭା ୧୧ ନମ୍ବର ୱାର୍ଡ଼ର ବୁଥ ନମ୍ବର 68ରେ ସେକ୍ଟର ଅଫିସର ଦାୟିତ୍ୱରେ ଥିବା ମନୋରଞ୍ଜନ ପାଣିଗ୍ରାହୀ ଓ ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଅତାବିରା ବିଧାନସଭା ଅରେଗୁଡ଼ି ଗାଁର ବୁଥ ନମ୍ବର 235ର ସେକ୍ଟର ଅଫିସର ପ୍ରଶାନ୍ତ କୁମାର ସେଠୀ ଓ ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁଙ୍କୁ ଏବଂ ପଦ୍ମପୁର ବିଧାନସଭା ଡ଼ଭାର ୧୬ ନମ୍ବର ବୁଥ ଦାୟିତ୍ୱରେ ଥିବା ସେକ୍ଟର ଅଫିସର ପ୍ରଦୀପ କୁମାର ପ୍ରଧାନ ଓ ପ୍ରିଜାଇଡିଂ ଅଫିସର ରସମ ସେଟ୍ଟୀ ପୁତ୍ତରୟାଙ୍କୁ ନିଲମ୍ବିତ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.