ବରଗଡ: ସାଧାରଣ ନିର୍ବାଚନ ହେଲା । ନିର୍ବାଚନ ବୈତରଣୀ ପାର ହେବାକୁ ସରକାର ମାଳ ମାଳ ପ୍ରତିଶୃତି ବି ଦେଲେ। ନିର୍ବାଚନ ଫଳାଫଳ ଘୋଷଣା ହୋଇ ସରକାର ଗଠନ ହୋଇ ସାରିଲାଣି । କିନ୍ତୁ ନିର୍ବାଚନ ଜିତିବା ପରେ ତାଙ୍କ ପ୍ରତିଶୃତି ଭୁଲି ଗଲେ । ସରକାର ଘୋଷଣା କରିଥିଲେ ଭୂମିହୀନ ମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ । ହେଲେ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇନି ।
ଯାହାକୁ ନେଇ ବରଗଡବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଆଜି ଅନେକ ପୁରୁଷ ମହିଳା ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଅଭିଯୋଗ ସରକାର ଭୂମିହୀନ ମାନଙ୍କୁ ଘରପଟ୍ଟା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏଥିପାଇଁ ସେମାନେ ଅନେକ ଥର ତହସିଲ କାର୍ଯ୍ୟାଳୟରେ ଜମିପଟ୍ଟା ପାଇଁ ଫର୍ମ ପୂରଣ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇନି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ