ETV Bharat / state

ବିପର୍ଯ୍ୟୟ ମୁକାବିଲା ପାଇଁ ବରଗଡ ପ୍ରଶାସନର ମକଡ଼୍ରିଲ

ପାକୃତିକ ଦୂର୍ବିପାକର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସଚେତନତା ରାଲି ।

author img

By

Published : Jun 19, 2019, 10:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ: ଗ୍ରୀଷ୍ମ ପରେ ଆସୁଛି ବର୍ଷା ତା’ ସାଙ୍ଗକୁ ମାଡି ଆସୁଛି ମୌସୁମୀ । ସେପଟେ ବର୍ଷା କାରଣରୁ ପ୍ରତିବର୍ଷ ହୋଇଥାଏ ବନ୍ୟା ଭଳି ପରିସ୍ଥିତି । କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିଛି ବରଗଡ ଜିଲ୍ଲା ପ୍ରଶାସନ |

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

କେବଳ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ନୁହେଁ ବରଂ ବଡ଼ଧରଣର ଅଗ୍ନିକାଣ୍ଡ ହୁଏ କିପରି ନିଜକୁ କିମ୍ବା ଅନ୍ୟମାନଙ୍କୁ ରକ୍ଷା କରାଯାଇପାରିବ ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଭିତ୍ତିକ ସଚେତନତା ଶିକ୍ଷା ଦିଆଯାଇଛି ।

ପ୍ରତି ବର୍ଷ ଭଳି ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ମଧ୍ୟ ଜୁନ 19 ତାରିଖରେ ଏଭଳି ସଚେତନା ଭିତ୍ତିକ କାର୍ଯ୍ୟକ୍ରମ କରିଛି । ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ସବୁଜ ପତାକା ଦେଖାଇ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ଯେଉଁଥିରେ ଶହ ଶହ ସ୍କୁଲ ଛାତ୍ରଛାତ୍ରୀ ଯୋଗଦେଇ ପୋଲିସ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ଜିଲ୍ଲାପାଳ ଅଫିସରେ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମକଡ୍ରିଲର ଆୟୋଜନ କରାଯାଇଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆଂଙ୍କର - ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ରୁ କିଭଳି ସାଧାରଣ ଲୋକଙ୍କୁ ସାହାଯ୍ୟ କରିହେବ ସେନେଇ ଆଜି କଟକ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମକଦ୍ରିଲ୍ କରାଯାଇଛି।ବିଭିନ୍ନ ବିଭାଗର ସହଯୋଗ ରେ ମକଦ୍ରିଲ୍ କରାଯାଇଥିଲା।ପ୍ରଥମେ ବାତ୍ୟା ଆସୁଥିବା ଖବର ମକ୍ ଭାବେ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା।ପରେ ଆମ୍ବୁଲାନ୍ସ ଯୋଗେ ଉକ୍ତ ସ୍ଥାନରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ଏକ ଅସ୍ଥାୟୀ ମେଡ଼ିକାଲ କୁ ଅଣାଯାଇଥିଲା।ସେଠାରେ ସେବା କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।ସେହିପରି ଏକ ବଡ଼ ବିଲ୍ଡିଂ ରେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲା।ଦଉଡି ସାହାଯ୍ୟରେ ଅନେକ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।ତେବେ ଏଭଳି କାର୍ଯ୍ୟକ୍ରମ କରି ବିଭିନ୍ନ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ରଖି କିଭଳି ଲୋକମାନଙ୍କୁ ସାହାଯ୍ୟ କରାଯିବ ତାହା ହିଁ ଆଜି ମକଦ୍ରିଲ୍ ର ପ୍ରଥମ ଉଦ୍ଧେଶ୍ୟ ଥିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ନିଜର ସମସ୍ତ ସରଞ୍ଜାମ ସଠିକ ଭାବେ ବ୍ୟବହାର କରିବା ଉପରେ ଗୁରୁତ୍ୱଦେବା ସହ ଏଭଳି କାର୍ଯ୍ୟକ୍ରମ ଜରିଆରେ ଅନେକ ଶିକ୍ଷା ମିଳୁଥିବା କହିଛନ୍ତି।

ବାଇଟ - ସ୍ମିତା ରଥ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ,କଟକ।
ବାଇଟ - ଅବନୀ ନାୟକ,ଅଗ୍ନିଶମ ବିଭାଗ ଅଧିକାରୀ।
ବାଇଟ - ଅରବିନ୍ଦ ଅଗ୍ରୱାଲ,କଟକ ଜିଲାପାଳ।
Body:No needConclusion:Visuals byte through mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.