ETV Bharat / state

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି - ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି

author img

By

Published : Nov 16, 2022, 10:29 AM IST

ଭୁବନେଶ୍ବର: ଉପନିର୍ବାଚନ ପୂର୍ବରୁ ତେଜୁଛି ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି । ଏହି ପରିପ୍ରେକ୍ଷୀରେ ଆଜି(ବୁଧବାର) ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି । ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ପୂର୍ବାହ୍ନ 11ରେ ନବୀନ ନିବାସରେ ଏହି ଭେଟଘାଟ ହେବ । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ(Demand For District Status To Padmapur) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି ।

ରାଜ୍ୟ ସରକାରଙ୍କ ପ୍ରତିନିଧି କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଛନ୍ତି । କମିଟି ଆନ୍ଦୋଳନକାରୀ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ବିଷୟରେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି କ୍ରମେ ଆଜି ଏହି ଭେଟଘାଟ ହେଉଛି ।

ଏହାମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି, ପଦ୍ମପୁରବାସୀଙ୍କ ଆନ୍ଦୋଳନ

ପଦ୍ମପୁର ଏକ ବଡ଼ ସବଡିଭିଜନ ହୋଇଥିବାବେ ଜୀବନ ଜୀବିକା ନେଇ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଯୋଜନା ଗୁଡ଼ିକ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚି ପାରୁନାହିଁ । ପଦ୍ମପୁର ଉପଖଣ୍ଡରେ 6 ଗୋଟି ବ୍ଲକ ରହିଛି । ପ୍ରାୟତଃ ସମସ୍ତ ବ୍ଲକର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ 120 କିଲୋମିଟର ଦୂରରୁ ଅଧିକ ଯିବାକୁ ପଡ଼ିଥାଏ । ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା କରାଗଲେ ଏହା ବିକାଶ ଧାରାରେ ଯୋଡ଼ି ହୋଇପାରିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.