ETV Bharat / state

ଦାଦନ ଖଟିବାକୁ ଯାଇ ହତ୍ୟାକାଣ୍ଡର ଶିକାର ହେଲେ ଶ୍ରମିକ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପତ୍ନୀଙ୍କ ନ୍ୟାୟ ଭିକ୍ଷା - ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦାଦନ ଶ୍ରମିକ ସ୍ତ୍ରୀ

ମାର୍ଚ୍ଚ 28ରେ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଇଥିଲେ ସ୍ବାମୀ । ସ୍ବାମୀର ହତ୍ୟାକାରୀଙ୍କୁ ଦଣ୍ଡ ଦେବା ସହ କ୍ଷତିପୂରଣ ଦାବି କରିଛି ମୃତକଙ୍କ ପତ୍ନୀ । ଅଧିକ ପଢନ୍ତୁ

ବାହାର ରାଜ୍ଯକୁ ଦାଦନ ଖଟିବାକୁ ଯାଇଥିଲେ ସ୍ବାମୀ ଅସିଲା ମୃତଦେହ

author img

By ETV Bharat Odisha Team

Published : Sep 8, 2023, 10:47 PM IST

ବାହାର ରାଜ୍ଯକୁ ଦାଦନ ଖଟିବାକୁ ଯାଇଥିଲେ ସ୍ବାମୀ ଅସିଲା ମୃତଦେହ

ବରଗଡ଼: ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଘଟଣା । ନ୍ୟାୟ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ତ ହେଲେ ପରିବାର ଲୋକେ ଓ ଗ୍ରାମବାସୀ । ପୋଲିସ ନିକଟରେ ଏକାଧିକ ଥର ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ମୃତ ଶ୍ରମିକଙ୍କ ପତ୍ନୀ ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ହିରୋମୁଣ୍ଡା ଗ୍ରାମର ବାସିନ୍ଦା କ୍ଷୀର ସିନ୍ଧୁ ମହାନନ୍ଦ ଗତ ମାର୍ଚ୍ଚ ମାସ 28 ତାରିଖରେ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଇଥିଲେ । ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ସେଠାରେ ପ୍ରବାସୀମାନେ ତାଙ୍କୁ ହତ୍ୟା କରିଦେଇଥିବା କ୍ଷୀରସିନ୍ଧୁ ମହାନନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ।

ଶ୍ରମିକଙ୍କ ସ୍ତ୍ରୀଙ୍କ ଅଭିଯୋଗ କରିଛନ୍ତି, "ସ୍ବାମୀଙ୍କ ମୃତ୍ୟୁକୁ ନେଇ ବାରମ୍ବାର ଥାନାର ଦ୍ବାରସ୍ତ ହେଇ ନିରାଶ ହୋଇଛି । ମୌଖିକ ତଥା ଲିଖିତ ଆକାରରେ ଅନେକ ଥର ଥାନାରେ ଅଭିଯୋଗ କରିଛି । ମାତ୍ର ପୋଲିସ ବିଭାଗ ପକ୍ଷରୁ ଏଯାଏଁ କୌଣସି ତଦନ୍ତ କରାଯାଇ ନାହିଁ । ଫଳରେ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେ ପାଇପାରୁନାହାନ୍ତି । ଯାହା ଫଳରେ ସେ କୌଣସି ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି । ସ୍ବାମୀଙ୍କୁ ହରାଇଲା ପରେ ପରିବାରର ବୋଝ ମୋ ଉପରେ ଥିବା ବେଳେ ସରକାର କି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ପାଇନାହିଁ ।"

ଏହା ମଧ୍ୟ ପଢନ୍ତୁ... ଦାଦନ ଦୁଃଖ, ପୁଅ ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ

କ୍ଷୀରସିନ୍ଧୁ ମହାନନ୍ଦଙ୍କ ପରିବାର ବହୁ କଷ୍ଟରେ ଚଳୁଥିବା ବେଳେ ଗ୍ରାମବାସୀ ଏହି ପରିବାରର ଦୁଃଖକୁ ସହ୍ୟ କରିନପାରି ଆଜି ଜିଲ୍ଲାପାଳଙ୍କ ନିକଟକୁ ଆସି ଗୁହାରି କରିଥିଲେ । ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରିନଥିବା ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗେଇବା ସହିତ ତାଙ୍କୁ ବିଧବା ଭତ୍ତା ଓ ଅନ୍ତର୍ଦୋୟ ଯୋଜନାର ଅନ୍ତର୍ଭୁକ୍ତ କରାଯାଇ ସରକାରୀ ଯୋଜନାରେ ସାମିଲ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ତେବେ ବରଗଡ଼ ଜିଲ୍ଲାରେ ପ୍ରତିବର୍ଷ ତାମିଲନାଡ଼ୁ, ହାଇଦ୍ରାବାଦ, ଗୁଜୁରାଟ ଆଦି ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ଅନେକ ପରିବାର ସେଠାରେ ବନ୍ଦୀ ହୋଇ ରହିଯାଉଛନ୍ତି । କେହି ପଙ୍ଗୁ ହୋଇ ଫେରୁଛନ୍ତି ତ କାହାର ମରଶରୀର ବି ମାଟିକୁ ଆସିପାରୁ ନାହିଁ । ଶୋଷଣର ଶିକାର ହୋଇ ସେଠାରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ । ଓଡ଼ିଶାର ଶ୍ରମିକମାନେ ଯେପରି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନଯିବେ ସେନେଇ ସରକାର ଶ୍ରମିକଙ୍କ ପାଇଁ ନିଶ୍ଚିତ କର୍ମ ଯୋଜନା କରିଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଏହି ଯୋଜନା ଫେଲ ମାରିଥିବା ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.