ବରଗଡ : ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ଭଟଲିସ୍ଥିତ ଦଧିବାବନ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ଦୈନିକ ପୂଜାନୀତି, ପହଡ ଭଙ୍ଗ , ଦ୍ଵାର ଫିଟାନୀତି ଅବକାଶ ,ଅଖଣ୍ଡ ଦୀପ ପ୍ରଜ୍ଜଳନ, ଦ୍ଵାରପାଳ ପୂଜା, ସୂର୍ଯ୍ୟ ପୂଜା , ପଞ୍ଚପଚାର ପୂଜା ପୂର୍ବକ ଗୋପାଳ ବଲ୍ଲଭ ଭୋଗଲାଗି ହୋଇଥିଲା । ଏହା ପରେ ମହାପ୍ରଭୁଙ୍କ ପରମ୍ପରା କ୍ରମେ ହୋଇଆସୁଥିବା ଦଧିବାବନଙ୍କର ନବବର୍ଷର ସ୍ଵତନ୍ତ୍ର ପୂଜାନୀତି ଓ ମଙ୍ଗଳ ଆଳତୀ କରାଯାଇ ନୂତନ ବର୍ଷଟି ଶୁଭମୟ ଓ ବିଶ୍ବରେ କାରୋନା ମହାମାରୀ ଦୂର ହେବାପାଇଁ ସାମୂହିକ ମଙ୍ଗଳପାଠ କରାଯାଇଥିଲା ।
କୋରୋନା କଟକଣା ଅନୁଯାୟୀ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାବନ ମନ୍ଦିରରେ ଭକ୍ତଙ୍କୁ ପୂଜାପାଠ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟବର୍ଷ ପରି ଚଳିତ ବର୍ଷ ଅଳ୍ପ ସଂଖ୍ୟକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନ୍ୟପଟେ କୁନିକୁନି ପିଲାମାନେ ଭୋଜିଭାତ ଆସରରୁ ଦୂରରେ ରହି ଆଞ୍ଚଳିକ ନାଚଗୀତ ମାଧ୍ୟମରେ ଲୋକଙ୍କୁ କୋରୋନା ସଚେତନତା କରାଇଥିଲେ ।
ବରଗଡରୁ ରାଜେସ ସରାପ , ଇଟିଭି ଭାରତ