ETV Bharat / state

କୋଭିଡ କଲ୍ ସେଣ୍ଟରର କାରନାମା, କୋରୋନାରେ ମୃତବ୍ୟକ୍ତିଙ୍କ ନାମରେ ଆସୁଛି ଫୋନ

author img

By

Published : May 9, 2021, 5:47 PM IST

କୋଭିଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଫୋନକୁ ହେଲ୍ପଡେସ୍କରୁ ବାରମ୍ବାର ଫୋନ ଆସୁଥିବା ଅଭିଯୋଗ । ସ୍ବାସ୍ଥ୍ୟ ବିଭାଗରେ ଏ ଭଳି ଚରମ ଅବହେଳାକୁ ତିବ୍ର ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ...

covid19 callcenter mismanagement
କୋଭିଡ କଲ୍ ସେଣ୍ଟର ଅବହେଳା, କୋରୋନାରେ ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଫୋନ

ବରଗଡ: ମୃତ ବ୍ୟକ୍ତିଙ୍କ ନାମରେ କୋଭିଡ କଲସେଣ୍ଟରରୁ ଆସୁଛି ଫୋନ । କୋଭିଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଫୋନକୁ ହେଲ୍ପଡେସ୍କରୁ ବାରମ୍ବାର ଫୋନ ଆସୁଥିବା ଅଭିଯୋଗ । ସ୍ବାସ୍ଥ୍ୟ ବିଭାଗରେ ଏ ଭଳି ଚରମ ଅବହେଳାକୁ ତିବ୍ର ନିନ୍ଦା କରାଯାଇଛି ।

ସୂଚନାଅନୁଯାୟୀ ବରଗଡ ଜିଲ୍ଲା ବରପାଲି ବ୍ଲକ ବରିକେଲର ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ବରଗଡ଼ କୋଭିଡ଼ ଚିକିତ୍ସାଳୟରେ ଗତ ୨୭ ଏପ୍ରିଲରେ ଭର୍ତି ହୋଇଥିଲେ ଗତ ୨୮ ଏପ୍ରିଲରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ସ୍ଵାସ୍ଥ୍ୟ ବିଭାଗରେ ତାହାର ରିପୋର୍ଟ ନାହିଁ। ରୋଗୀ ଆଡମିଟ ସମୟରେ ରେଜିଷ୍ଟ୍ରେସନ କରିଥିବା ନମ୍ବରକୁ ବାରମ୍ବାର ଭୁବନେଶ୍ବର କୋଭିଡ଼ ହେଲ୍ପ ଡେସ୍କରୁ ଆସୁଛି ଫୋନ କଲ। ଗତ 28 ତାରିଖରୁ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି ବୋଲି ଫୋନ ଆସୁଛି। ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯିବା ପରେ ମଧ୍ୟ ବାରମ୍ବାର ପଚାରୁଛନ୍ତି 'ଗୋପାଳ ପାଣ୍ଡେ'ଙ୍କ ସ୍ବାସ୍ଥ୍ୟ ସମସ୍ୟା କିପରି ଅଛି । ଶରୀରରେ ଅକ୍ସିଜେନ କେତେ ଅଛି, ନିଦ ହେଉଛି କି ନାହିଁ, ଡାଇରିଆ ହେଉଛି କି ନାହିଁ ଏପରି ଅନେକ କିଛି ପଚାରୁଛନ୍ତି ।

ମୃତ ବ୍ୟକ୍ତିଙ୍କ ପରିବାର ଦୁଃଖରେ ଥିବା ସମୟରେ ଏପରି ଫୋନ କଲ ଆସିବା ଏହି ପରିବାର ପାଇଁ କଟା ଘା ରେ ଚୂନ ଲଗାଇବା ପରି ହୋଇଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ବରଗଡ଼ ଜିଲ୍ଲାରେ କୋଭିଡ଼ ମୃତକଙ୍କ ପ୍ରକୃତ ତଥ୍ୟ ଉପରକୁ ପଠାଯାଉନାହିଁ ଏବଂ କୋଭିଡ଼ରେ ମୃତ୍ୟୁ ସଂଖ୍ୟାର ପ୍ରକୃତ ତଥ୍ୟ ଲୁଚାଯାଉଛି । ସେଥିପାଇଁ ସରକାରୀ ଆକଳନ ହିସାବରେ ଏବେ ମଧ୍ୟ ବରଗଡ଼ରେ ମୃତ୍ୟୁ ସଂଖ୍ୟା 44 ହିଁ ରହିଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.