ବରଗଡ: ବରଗଡ ଜିଲ୍ଲାରେ କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି କରାଯାଇଛି କୋଭିଡ ନିଯମାବଳୀ । ବରଗଡ ଜିଲ୍ଲା ଛତିଶଗଡ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହେବା ସହିତ ବରଗଡରେ ପ୍ରତି ଶନିବାର ଏବଂ ରବିବାର ସଟଡ଼ାଉନ ଘୋଷଣା କରିବା ସହିତ ପ୍ରତିଦିନ ସନ୍ଧ୍ୟା 6 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି ।
ଛତିଶଗଡ ସୀମାନ୍ତ ବରଗଡ ଜିଲ୍ଲାରେ ବଦଳିଲା କରୋନା ନିୟମ ଗତ କିଛି ଦିନ ହେଲା ବରଗଡରେ ସଂକ୍ରମଣ ସଂଖ୍ୟା ପ୍ରତିଦିନ 100ରୁ ଅଧିକ ବାହାରୁଥିବା ବେଳେ ଗତ 3 ଦିନ ଭିତରେ 5 ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ଘରୋଇ ହସ୍ପିଟାଲ ଏବଂ ହୋମ ଆଇସୋଲେସନରେ ଥିବା କରୋନା ରୋଗିଙ୍କର ମୃତ୍ୟୁ ଗଟିଛି । ତେବେ ଜିଲ୍ଲାରେ ଯେପରି ଏହି ସଂକ୍ରମଣ ଅଧିକ ନବ୍ୟାପିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ପ୍ରଯତ୍ନ ହୋଇ ଜନସାଧାରଣଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସତର୍କ ଓ ସୁରକ୍ଷିତ ରହିବା ସହିତ କରୋନା କଟକଣା ନିୟମ ପାଳନକରିବାକୁ ଅନୁରୋଧ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ