ETV Bharat / state

ପ୍ରଶାସନ ପାଇଁ ଅଲୋଡା ହେଲା କୋଭିଡ ଆକ୍ରାନ୍ତଙ୍କ ମୃତଦେହ, ସତ୍କାର ପାଇଁ ଅଣ୍ଟା ଭିଡିଲେ ସ୍ବେଚ୍ଛାସେବୀ - Covid bodies neglectyed by the administration

ପ୍ରଶାସନ ପାଇଁ ଅଲୋଡା ହେଲା କୋଭିଡ ଆକ୍ରାନ୍ତଙ୍କ ମୃତଦେହ । ମିଳିଲାନି ଶବ ବାହକ ଗାଡି । ଅଧିକ ପଢନ୍ତୁ....

bargarh
ପ୍ରଶାସନ ପାଇଁ ଅଲୋଡା ହେଲା କୋଭିଡ ଆକ୍ରାନ୍ତଙ୍କ ମୃତଦେହ, ସତ୍କାର ପାଇଁ ଅଣ୍ଟା ଭିଡିଲେ ସ୍ବେଚ୍ଛାସେବୀ
author img

By

Published : Apr 22, 2021, 9:31 PM IST

ବରଗଡ: ମଣିଷତ୍ୱ ହରାଇ ବସିଲା ପଦ୍ମପୁର ପ୍ରଶାସନ । କରୋନାରେ ମୃତ୍ୟୁପରେ ମୃତଦେହ ପାଖ ମାଡୁନି ପଦ୍ମପୁର ପ୍ରଶାସନ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ କଳର କର୍ମଚାରୀଙ୍କ ଅବହେଳା ଏବଂ ଅମଣିଷତ୍ଵ ଚରମ ସୀମା ଆଜି ପଦାରେ ପଡିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଘନାମାଳ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।

ପ୍ରଶାସନ ପାଇଁ ଅଲୋଡା ହେଲା କୋଭିଡ ଆକ୍ରାନ୍ତଙ୍କ ମୃତଦେହ, ସତ୍କାର ପାଇଁ ଅଣ୍ଟା ଭିଡିଲେ ସ୍ବେଚ୍ଛାସେବୀ

ଗ୍ରାମର ଗୋଟିଏ ପରିବାରରେ 8 ଦିନ ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୮ ଦିନ ତଳେ ୩୬ ବର୍ଷର ପୁଅକୁ କରୋନାରେ ହରାଇଥିବାବେଳେ ଏବେ ୬୭ ବର୍ଷର ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି କାରୋନାରେ । ତେବେ ମୃତଦେହ ସଂସ୍କାର କରିବା ପାଇଁ ସହାୟତାର ହାତ ବଢାଇ ନାହିଁ ପ୍ରଶାସନ । ପଡୋଶୀ ମଧ୍ୟ ଏହି ଘଟଣାରେ ଭୟରେ ମୃତଦେହ ପାଖ ମାଡି ନଥିବା ଦେଖିବାକୁ ମିଳିଥିଲା । ପରେ ଜିଲ୍ଲାର ଦୁଇଟି ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ମୃତଦେହ ସଂସ୍କାର ହୋଇଛି ।

ସମ୍ପୂର୍ଣ୍ଣ ଘଟଣା ଅନୁସାରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଶବବାହକ ଗାଡ଼ି ପାଇଁ ଫୋନ କରାଯାଇଥିଲା । ଉପଜିଲ୍ଲାପାଳ ହୋମ କ୍ବାରେଣ୍ଟାଇନରେ ଥିବା କହି ବିଡିଓଙ୍କୁ ଜଣାଇବା ପାଇଁ କହିଥିଲେ । ବିଡିଓଙ୍କୁ ଜଣାଇବାରୁ ସେ ସ୍ଥାନୀୟ ଜିପିଓଙ୍କୁ ଦାୟିତ୍ଵ ଦେଲେ ଏବଂ ଜିପିଓ ସରପଞ୍ଚଙ୍କୁ ଦାୟିତ୍ୱ ଦେଇ ସମସ୍ତେ ନିଜ ନିଜର ଦାୟିତ୍ୱ ଶେଷ କରିଦେଲେ । ଏପରି ଭାବରେ ପୁରା ପ୍ରଶାସନ ନିଜ କାନ୍ଧରୁ ଦାୟିତ୍ବ ଖସାଇ ଦେଇଥଲା । ଶେଷରେ ବରଗଡ଼ ସିଡିଏମଓଙ୍କୁ ଫୋନ କରିବାରୁ ସେ ଶବବାହକ ଗାଡ଼ି ପଠାଇଥିଲେ ଏବଂ ରାତି 2ରେ ସ୍ବେଚ୍ଛାସେବୀ ସଂଗଠନ ସଂକଲ୍ପ ପରିବାର ଏବଂ ପଶ୍ଚିମ ଓଡିଶା ଯୁବ ମୋର୍ଚ୍ଚା ସହାୟତାରେ ମୃତଦେହ ଦାହ କରାଯାଇଥିଲା । ସେହିପରି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ପଦ୍ମପୁରରୁ ଆମ୍ବୁଲାନ୍ସ ଘନାମାଳକୁ ଆସି ପରିବାର ଅନ୍ୟ ଦୁଇ ମହିଳାଙ୍କୁ ବରଗଡ କୋଭିଡ ହସ୍ପିଟାଲକୁ ନେଇ ଭର୍ତ୍ତି କରଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.