ETV Bharat / state

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ରଶି ଲଗାଇ ସ୍ବାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁହିଁଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା ସନ୍ଦେହ । ଅଧିକ ପଢନ୍ତୁ

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jan 28, 2023, 9:59 PM IST

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଭଡିଗାଁରେ ଏହି ଅଭବାନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଗ୍ରାମର ରଘୁ ଭୁଏ ଏବଂ ତାଙ୍କ ପତ୍ନୀ ପଦିଷ୍ଠା ଭୁଏ । ଶୁକ୍ରବାର ରାତିରେ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ମଧ୍ୟ ଏହି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଘର ଭିତରେ ରଘୁ ଭୁଏ ଏବଂ ତାଙ୍କ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିଥିଲେ । ଏନେଇ ସେମାନେ ଭଟଲି ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଉଭୟ ସ୍ବାମୀ-ସ୍ତ୍ରୀ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ପୋଲିସ ଛାନଭିନ୍ ଚଳାଇଛି । ଯାହା ଜଣାପଡିଛି କିଛି ଦିନ ତଳେ ମୃତ ଦମ୍ପତିଙ୍କ ଝିଅକୁ ହତ୍ୟା କରାଯାଇଥିଲା । ଝିଅର ମୃତ୍ୟୁରେ ଭାଙ୍ଗିପଡି ବାପାମାଆ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତ ଡିସେମ୍ବର ୨ ତାରିଖରେ ରଘୁ ଭୁଏଙ୍କ ଏକମାତ୍ର ୧୯ ବର୍ଷୀୟା ଝିଅକୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଅଭିଯୁକ୍ତ ଯୁବକ ତାଙ୍କ ଝିଅକୁ ଭଲ ପାଉଥିଲା । ହେଲେ ରଘୁ ଝିଅର ବିବାହ ଅନ୍ୟତ୍ର ଠିକ୍ କରିବାରୁ ଏଥିରେ ରାଗିଯାଇ ଯୁବକ ଜଣକ ଗାଁ ଦାଣ୍ଡରେ ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଥିଲା, ମାତ୍ର ବାପାମାଆ ଝିଅର ମୃତ୍ୟୁକୁ ଭୁଲି ପାରିନଥିଲେ । ଏହି ଘଟଣା ପରେ ଦୁହେଁ ସ୍ବାମୀ-ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ବୋଧହୁଏ ଏଥିପାଇଁ ସେମାନେ ଆତ୍ମହତ୍ୟା ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁମାନ କରାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

କିଛି ଦିନ ତଳେ ବରଗଡ ଭଟଲି ରାସ୍ତା ଟୁକୁର୍ଲ୍ଲା ଚଣ୍ଡୀ ମନ୍ଦିର ନିକଟରେ ଥିବା କାଜୁ ଜଙ୍ଗଲରୁ ଦୁଇ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଘଟଣାସ୍ଥଳରେ ଏକ ବିଷ ବୋତଲ ପଡିଥିବାରୁ ସେମାନଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.