ETV Bharat / state

ପଦ୍ମପୁର ଉପନିର୍ବାଚନ: କାଲି ସକାଳ 8ରୁ ଆରମ୍ଭ ହେବ ଭୋଟ ଗଣତି

author img

By

Published : Dec 7, 2022, 10:44 PM IST

ପଦ୍ମପୁର ଉପ ନିର୍ବାଚନର ଆସନ୍ତାକାଲି (ଗୁରୁବାର) ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । ପଦ୍ମପୁର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ଦଳ ବିଜୟକୁ ନେଇ ଆଶାବାଦୀ ଅଛନ୍ତି । 319 ବୁଥର EVMର ଭୋଟ ଗଣତି ପରେ ଫଳାଫଳ ଘୋଷଣା ହେବ । ଅଧିକ ପଢନ୍ତୁ

ଗୁରୁବାର ସକାଳ 8 ଟାରୁ ଆରମ୍ଭ ହେବ ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି

ବରଗଡ: ପଦ୍ମପୁର ଉପ ନିର୍ବାଚନର ଆସନ୍ତାକାଲି (ଗୁରୁବାର) ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । ପଦ୍ମପୁର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ଦଳ ବିଜୟକୁ ନେଇ ଆଶାବାଦୀ ଅଛନ୍ତି । 319 ବୁଥର EVM ର ଭୋଟ ଗଣତି ପରେ ଫଳାଫଳ ଘୋଷଣା ହେବ ।

ଆସନ୍ତାକାଲିର ଭୋଟ ଗଣତି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମନିଷା ବାନାର୍ଜୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ହେବ । ଉପ ଜିଲ୍ଲାପାଳ ତଥା ରିର୍ଟନିଂ ଅଫିସର ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ସମାପନ ହେବ। ତାଙ୍କୁ ୩ଜଣ ସହକାରୀ ରିର୍ଟନିଂ ଅଫିସର ସହଯୋଗ କରିବେ। ୧୪ ଟିଟେବୁଲରେ ଭୋଟ ଗଣତି ହେବାକୁ ଥିବା ବେଳେ ୧୮ କାଉଣ୍ଟିଂ ସୁପରଭାଇଜର, ୧୮ଜଣ କାଉଣ୍ଟିଂ ସହାୟକ, ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ୨୩ରାଉଣ୍ଡ ଭୋଟ ଗଣନା ହେବ। ପୋଷ୍ଟାଲ ବାଲାଟ ପ୍ରଥମେ ଗଣତି ହେବ । ଭୋଟ ଗଣତି ଗାଇସିଲେଟ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ଙ୍କୁ ଦାୟିତ୍ଵ ଦିଆଯାଇଛି । ଉପ କୋଷାଗାର ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ଷ୍ଟ୍ରଙ୍ଗ ରୁମ ଦାୟିତ୍ଵରେ ରହିଛନ୍ତି ।

ସେହିପରି ୪ଜଣ ଅଧିକାରୀ ଙ୍କୁ ଇଭିଏମ ମେସିନ ଆଣିବା ଓ ରି ସିଲିଂ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ଗଣନା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟର କମ୍ପ୍ୟୁଟରୀକରଣ ପାଇଁ ୮ ଜଣ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇଛନ୍ତି । ତେବେ ଭୋଟ ଗଣତି ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । BSF ଏବଂ ଜିଲ୍ଲା ପୋଲିସ କାଉଣ୍ଟିଂ ଏରିଆ ଭିତରେ ଓ ବାହାରେ ମୃତୟନ ହୋଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.