ETV Bharat / state

ରାସ୍ତା କାମରେ ଦୁର୍ନୀତି; କନିଷ୍ଠ ଯନ୍ତ୍ରୀ ବହିଷ୍କୃତ, ଏସଡିଓ ନିଲମ୍ବିତ - ବରଗଡରେ ରାସ୍ତା କାମରେ ଦୁର୍ନୀତି

ଜିଲ୍ଲାରେ ରାସ୍ତା କାମରେ ହୋଇଥିବା ଦୁର୍ନୀତି ଘଟଣାରେ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ଦୁଇ ଜଣ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

corruption in road work, bargarh latest news, corruption in road work in bargarh, bargarh rural development departmant, ରାସ୍ତା କାମରେ ଦୁର୍ନୀତି, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ରାସ୍ତା କାମରେ ଦୁର୍ନୀତି, ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ
ରାସ୍ତା କାମରେ ଦୁର୍ନୀତି; କନିଷ୍ଠ ଯନ୍ତ୍ରୀ ବହିଷ୍କୃତ, ଏସଡିଓ ନିଲମ୍ବିତ
author img

By

Published : Jun 9, 2020, 10:34 PM IST

ବରଗଡ: ଜିଲ୍ଲାରେ ରାସ୍ତା କାମରେ ହୋଇଥିବା ଦୁର୍ନୀତି ଘଟଣାରେ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ଦୁଇ ଜଣ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନିଷ୍ଠ ଯନ୍ତ୍ରୀ ତପନ ଦାଶଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ବେଳେ ଏସଡ଼ିଓ ଗଗନ ବିହାରୀ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଆଖିଫୁଟା ଗ୍ରାମର ରାସ୍ତା ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ ବିନା କାମରେ ଆତ୍ମସାତ କରିଦେଇଥିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପରେ ଏପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଗ୍ରାମର 2ଟି ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 2ଲକ୍ଷ 61ହଜାର ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିଲା । ହେଲେ କୌଣସି କାମ କରାନଯାଇ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାର ସଲାସୁତୁରା କରି ସମୁଦାୟ ମଞ୍ଜୁର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.