ବରଗଡ: ବୁଧବାର ଜିଲ୍ଲାରେ 12 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତମାନେ ବରଗଡ ବ୍ଲକର କଣ୍ଟାପାଳି ଗ୍ରାମର ହୋଇଥିବା ବେଳେ ଏଥିରେ 7 ଜଣ ପୁରୁଷ 4 ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା କୋରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ବୁଧବାର ଚିହ୍ନଟ 12ଜଣଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 109କୁ ବୃଦ୍ଧି ପାଇଛି ।
ବରଗଡ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବରଗଡ ବ୍ଲକ କଟାପାଳି ଗ୍ରାମରେ ସର୍ବାଧିକ 53 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।କଟାପାଳି ଗ୍ରାମ ଏବେ ବରଗଡ ଜିଲ୍ଲାରେ ରେଡ ଜୋନ ପାଲିଟିଛି । ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଖପାଖ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ