ETV Bharat / state

ବରଗଡ ଚାଷୀ ସମସ୍ୟା, ସମାଧାନ ନହେଲେ କଂଗ୍ରେସ କରିବ ଆନ୍ଦୋଳନ

author img

By

Published : Jul 2, 2020, 7:05 AM IST

ବରଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ପାଖରେ ଦାବିପତ୍ର ଦିଆଯାଇଛି । ଏହାସହ ଯଥା ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ କଂଗ୍ରେସ କମିଟି ପକ୍ଷରୁ ଚାଷୀଙ୍କ ସହ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛି ।

ବରଗଡ ଚାଷୀ ସମସ୍ୟା, ସମାଧାନ ନହେଲେ କଂଗ୍ରେସ କରିବ ଆନ୍ଦୋଳନ
ବରଗଡ ଚାଷୀ ସମସ୍ୟା, ସମାଧାନ ନହେଲେ କଂଗ୍ରେସ କରିବ ଆନ୍ଦୋଳନ

ବରଗଡ: ଜିଲ୍ଲାରେ ଚାଷୀଙ୍କର ଧାନ ବିକ୍ରି ଅବ୍ୟବସ୍ଥା ଦୂରୀକରଣ ପାଇଁ ବରଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ପାଖରେ ଦାବିପତ୍ର ଦିଆଯାଇଛି । ଏହାସହ ଯଥା ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ କଂଗ୍ରେସ କମିଟି ପକ୍ଷରୁ ଚାଷୀଙ୍କ ସହ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛି ।

ଟୋକନ ଜରିଆରେ ଧାନ ବିକ୍ରି ପ୍ରହସନ ବ୍ୟବସ୍ଥା ଓ ଏତତଦ୍ବରା ଚାଷୀମାନେ ନିଶ୍ଚିତ ଭାବେରେ ହଇରାଣ ହେବେ ବୋଲି ଭାରତୀୟ ଜାତୀୟ କଂଗ୍ରେସ ଦଳ ଆରମ୍ଭରୁ ସତର୍କ କରି ଆସୁଥିଲେ ମଧ୍ୟ ସରକାର ଶୁଣିନଥିଲେ । ପରିଣାମ ସ୍ବରୁପ ଚଳିତ ରବି ଚାଷ ସମୟରେ ଠିକଣା ସମୟରେ ଚାଷୀଙ୍କୁ ଟୋକନ ବ୍ୟବସ୍ଥା ନହେବାରୁ ଧାନ ବିକ୍ରିରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । ଏପରିକି ବାରମ୍ବାର ଚାଷୀ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳୁଛି ।

ଗୋଟେ ପଟେ ଚାଷୀର ଧାନ ସବୁ ମଣ୍ଡିରେ ପଡି ଗଜା ହୋଇଯାଇଥିଲେ ସୁଦ୍ଧା ଟୋକାନ ଫେରିଯାଇଥିବା ଆଳ ଦେଖାଇ ଚାଷୀଙ୍କର ଧାନ ଉଠାଯାଉନାହିଁ ମଣ୍ଡିରୁ । ଅନ୍ୟପଟେ ଚାଷୀ ଆନ୍ଦୋଳନ କଲେ ବିଭିନ୍ନ ବାହାନାରେ ଚାଷୀମାନେ କରୁଥିବା ଦାବି ଓ ବିକ୍ଷୋଭକୁ ଚପାଇ ଦେବା ସହ ବିକ୍ଷୋଭକୁ ଭଣ୍ଡୁର କରିବାପାଇଁ ମାମଲା ରୁଜୁ କରି ଚାଷୀଙ୍କ ଗିରଫଦାରି ପାଇଁ ଧମକ ଦିଆଯାଉଛି । ଯାହାକୁ ବିରୋଧ କରିଛି କଂଗ୍ରେସ । ଏହାସହ ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ଚେତାବନୀ ଦେଇଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.