ETV Bharat / state

ବରଗଡ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Nov 13, 2021, 9:01 AM IST

ଆଜି ବିଜେପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ବାସୀଙ୍କୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହ 150 ଗୋଟି ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ । ଅଧିକ ପଢନ୍ତୁ...

ଆଜି ବିଜେପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, 150 ଗୋଟି ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

ବରଗଡ଼: ଆଜି ବିଜେପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ବାସୀଙ୍କୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହ 150 ଗୋଟି ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ । ଦିନ 11ଟା ସମୟରେ ପଦ୍ମପୁର ସଟିଭଟା ସ୍ଥିତ ହେଲିପ୍ୟାଡ୍ ସେଣ୍ଟରକୁ ଏୟାରକ୍ରାଫ୍ଟରେ ପହଞ୍ଚିବେ ଏବଂ ସେଠାରୁ ହେଲିକପ୍ଟର ସାହାଯ୍ୟରେ ବିଜେପୁରକୁ ସକାଳ 11 ଟା 25 ମିନିଟ ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । 11 ଟା 30 ମିନିଟ ରୁ 12 ଟା 25 ମିନିଟ ଭିତରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ଓ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବାପରେ ଫେରିଯିବେ ।

ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦିଗରେ ବରଗଡ଼ ଜିଲ୍ଲାର 3 ଲକ୍ଷ 63 ହଜାର ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ କରାଯିବ । ତେବେ ଏହି ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଏପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ପକ୍ଷରୁ ପ୍ରାୟ 18 ପ୍ଲାଟୁନ ପୋଲିସ ଫୋର୍ସ, 6 ଜଣ DSP ,15 ଜଣ ଇନ୍ସପେକ୍ଟର, 20 ଜଣ ସବ ଇନ୍ସପେକ୍ଟର, 40 ଜଣ ASI ମୁତୟନ ହୋଇଥିବା ବେଳେ SOG ଟିମ, DVF, CRPF ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.