ETV Bharat / state

ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ୱାସ୍ଥ୍ୟ ବଣ୍ଟନ ସହିତ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Nov 13, 2021, 10:54 PM IST

ବରଗଡ଼ ଜିଲ୍ଲା ଗସ୍ତ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି । ଅନ୍ୟପଟେ ମୋଟ ୨୯୫ କୋଟି ୯ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ୱାସ୍ଥ୍ୟ ବଣ୍ଟନ ସହିତ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ
ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ୱାସ୍ଥ୍ୟ ବଣ୍ଟନ ସହିତ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ବରଗଡ଼: ଆଜି(ଶନିବାର) ବରଗଡ଼ ଜିଲ୍ଲା ବିଜେପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ ଜିଲ୍ଲା ଗସ୍ତ କରି ବିକେପୁର ଏମ. ଗଣ୍ଡପାଲି ପଡିଆରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଯୋଗଦେଇ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ।

୧୨ଟି ବ୍ଳକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ୫ ଦିନ ମଧ୍ୟରେ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହିସବୁ କାର୍ଡ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ବାଣ୍ଟିବାକୁ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନିଜ ହାତରେ କିଛି ହିତାଧିକାରୀଙ୍କୁ ବିଜୁ ସ୍ୱସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି । କାର୍ଡ ବଣ୍ଟିବା ପାଇଁ ମନ୍ତ୍ରୀ ଓ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାଶ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସ୍ଥାନୀୟ ବିଧାୟିକା ରିତା ସାହୁ, ଅତବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଯାହକୁ ନେଇ ଖୁସି ପ୍ରକଟ କରିଛନ୍ତି ସ୍ମାର୍ଟକାର୍ଡ ପାଇଥିବା ମହିଳାମାନେ ।

ଅନ୍ୟପଟେ ସହ ଜିଲ୍ଲାରେ ମୋଟ ୨୯୫ କୋଟି ୯ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବରଗଡ଼ ପାଇଁ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ସ୍ୱାସ୍ଥ୍ୟ ସେବା ଭିତ୍ତି ଭୂମି ଉନ୍ନୟନ ପାଇଁ ୯୦ କୋଟି ୨୭ ଲକ୍ଷ, କ୍ରୀଡା ଓ ପର୍ଯ୍ୟଟନ ଉନ୍ନୟନ ପାଇଁ ୪୪ କୋଟି ୨୦ ଲକ୍ଷ ଟଙ୍କା ସମେତ ୧୭୯ କୋଟି ୬୬ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ସେତୁ ନିର୍ମାଣ ପାଇଁ ୪୦ କୋଟି ୭୩ ଲକ୍ଷ ଟଙ୍କା, ବିଦ୍ୟୁତ ଯୋଗାଣ ପାଇଁ ୩୫ କୋଟି ୧୦ ଲକ୍ଷ ଟଙ୍କା ସହ ୧୧୫ କୋଟି ୪୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.